
Odisha, 01 ମାର୍ଚ୍ଚ (ହି.ସ.)ଖୋର୍ଦ୍ଧା,ଡ଼କାୟତି ଉଦ୍ୟମ କରୁଥିବା ସମୟରେ ଜଙ୍କିଆ ଥାନା ପୋଲିସ ୭ଜଣକୁ ଗିରଫ କରିଛି। ଗିରଫ ମାନେ ହେଲେ ଛଣଗିରି ଗାଁ ର ୫ଜଣ ହୋଇଥିବା ବେଳେ ଜଣେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ମୁକୁନ୍ଦପ୍ରସାଦ ଓ ଅନ୍ୟ ଜଣେ ନିରାକାରପୁର ଥାନା ଅନ୍ତର୍ଗତ ପଦ୍ମପୁର ଗାଁ ର। ପୋଲିସ ଏମାନଙ୍କ ଠାରୁ ଗୋଟିଏ ଖଣ୍ଡା,ଗୋଟିଏ କଟୁରୀ, ଲୁହା ରଡ଼,ଛୁରୀ, ସିଗାରେଟ ପ୍ୟାକେଟ, ବିଅର ବୋତଲ, ପ୍ଲାଷ୍ଟିକ ଗ୍ଲାସ ସମେତ ଗୋଟିଏ ବାଇକ ଜବତ କରିଛି। ପୋଲିସ ସୂଚନା ମୁତାବକ ୮ଜଣ ଡକାୟତ ଘରୁ କିମ୍ବା ରାସ୍ତାରୁ ଡ଼କାୟତି ପାଇଁ ଛଣଗିରି ଗାଁ ର କବର ସ୍ଥାନରେ ଏକାଠି ହୋଇ ଡ଼କାୟତି ପାଇଁ ଯୋଜନା କରୁଥିବା ବେଳେ ଜଙ୍କିଆ ଥାନା ପୋଲିସ ବିଶେଷ ସୁତ୍ରରୁ ଖବର ପାଇ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲା।ତେବେ ଅନ୍ଧାର ଓ ଜଙ୍ଗଲର ସୁଯୋଗ ନେଇ ଜଣେ ଡକାୟତ ଫେରାର ହୋଇଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ