ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ଘଟଣା, ପିଲାଚୋର ଭାବି ମାଡ ମାରିଥିବା ଯୁବକ ଅଟକ
ଭଦ୍ରକ, ୧ ମାର୍ଚ୍ଚ (ହି.ସ.) - ପିଲା ଚୋର ଭାବି ମାଡ ମାରିବା ମହଙ୍ଗା ପଡିଲା । ମାଡ ମାରିବା ପରଦିନ ସଂପୃକ୍ତ ଯୁବକଙ୍କ ମୃତ୍ୟୁ ଘଟିବା ଘଟଣା ସମଗ୍ର ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି । ଧାମରା- ବାସୁଦେବପୁର ରାସ୍ତାର ଚାନ୍ଦିମାଳ ଛକ ଠାରେ ଅଜଣା ବ୍ୟକ୍ତିଙ୍କ ମୃତ ଶରୀର ଉଦ୍ଧାର ଘଟଣା ଭିନ୍ନ ମୋଡ ନେଇଛି
ajana byakti mruta deha


ଭଦ୍ରକ, ୧ ମାର୍ଚ୍ଚ (ହି.ସ.) - ପିଲା ଚୋର ଭାବି ମାଡ ମାରିବା ମହଙ୍ଗା ପଡିଲା । ମାଡ ମାରିବା ପରଦିନ ସଂପୃକ୍ତ ଯୁବକଙ୍କ ମୃତ୍ୟୁ ଘଟିବା ଘଟଣା ସମଗ୍ର ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି । ଧାମରା- ବାସୁଦେବପୁର ରାସ୍ତାର ଚାନ୍ଦିମାଳ ଛକ ଠାରେ ଅଜଣା ବ୍ୟକ୍ତିଙ୍କ ମୃତ ଶରୀର ଉଦ୍ଧାର ଘଟଣା ଭିନ୍ନ ମୋଡ ନେଇଛି । ପିଲାଚୋର ଭାବି ମାଡ ମାରିବା ପରେ ସଂପୃକ୍ତ ଯୁବକର ଘଟଣା ପରଦିନ ମୃତ୍ୟୁ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତ ସମୟରେ ଜାଣିବାକୁ ପାଇଛି । ଏହିକ୍ରମରେ ମାଡ ମାରିଥିବା ଯୁବକକୁ କଷିଆ ଥାନା ପୋଲିସ ଅଟକ ରଖି ତଦନ୍ତ ଚଳାଇଛି । ପୋଲିସ ସୁତ୍ରରୁ ମିଳିଥିବା ସୂଚନା ମୁତାବକ, ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧିନ ମଞ୍ଜାରୀ ଗ୍ରାମର ମକୁଲୁ ବିନ୍ଧାଣିଙ୍କ ପୁଅ ସୁକୁଲ ବିନ୍ଧାଣି ସାନକୃଷ୍ନପୁର ଛକରେ ପହଞ୍ଚିଥିଲା । ପଞ୍ଚାୟତର ଚାନ୍ଦିମାଳ ଛକ ନିକଟରେ ପିଲା ଚୋର ଭାବି ସୁଧାକର ଜେନାଙ୍କ ପୁଅ ଶ୍ୟାମସୁନ୍ଦର ମାଡ ମାରିଥିଲା । ସ୍ଥାନୀୟ କେତେକ ଗ୍ରାମବାସୀ ସନ୍ଦେହ କରି ୧୧୨ ନମ୍ବରକୁ ଫୋନ କରି ଜଣାଇଥିଲେ । ଘଟଣାର ପରଦିନ ପୋଲିସ ଖବରପାଇ ମର ଶରୀର ଉଦ୍ଧାର କରିଥିଲା । କଷିଆ ଥାନା କେଇ ନଂ ୩୪/୨୬ ବଳରେ ମାମଲା ଋଜୁ କରି ଶ୍ୟାମସୁନ୍ଦରକୁ ଅଟକ ରଖି ତଦନ୍ତ ଚଳାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande