
ସମ୍ବଲପୁର, ୦୧, ମାର୍ଚ୍ଚ (ହି.ସ.)
ସମ୍ବଲପୁର, ସହରର ଧନୁପାଲି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଡ଼. ଦେବେନ୍ଦ୍ର ପଣ୍ଡା, ମୁଖ୍ୟଵକ୍ତା ଅର୍ଣ୍ଣପୂର୍ଣ୍ଣା ପାଢ଼ୀ, ବିଜ୍ଞାନ ବିଭାଗ ର ସଂଯୋଜିକା ପ୍ରମିତି ଦାସ, ବିଦ୍ୟାଳୟ ର ପ୍ରଧାନଆଚାର୍ଯ୍ୟ ବିଭୁ ପ୍ରସାଦ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ବିଭୁ ପ୍ରସାଦ ମହାପାତ୍ର ମହୋଦୟ ଅତିଥି ମହୋଦୟ ଙ୍କ ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗ ର ଡ଼. ଦେବାଶିଷ ବେହେରା ବିଜ୍ଞାନ ର ଅବଦାନ ଓ ମହତ୍ୱ ବିଷୟରେ ବଖାଣିବା ସହ ନାରୀ ମାନଙ୍କର ଯୋଗଦାନ ବିଷୟରେ ମତ ବ୍ୟକ୍ତ କରିଥିଲେ। ବିଦ୍ୟାଳୟର ସଭାପତି ଡ଼. ପଣ୍ଡା ବିଜ୍ଞାନ ସତ୍ୟ ର ସନ୍ଧାନ ପାଇଁ ଉଦିଷ୍ଟ ବୋଲି ମତ ବ୍ୟକ୍ତ କରିଥିଲେ।ବିଦ୍ୟାଳୟ ର ପ୍ରମିତି ଗୁରୁମା ବୃତ୍ତ କଥନ କରିଥିଲେ l ଜାତୀୟ ବିଜ୍ଞାନ ଦିବସ ଉପଲକ୍ଷ୍ୟେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀଙ୍କୁ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ର ଭଉଣୀମାନଙ୍କ ଦ୍ୱାରା ବିଜ୍ଞାନ ନାଟକ ଓ ନୃତ୍ୟ ମନ ଛୁଆଁ ହୋଇଥିଲା। ବିଦ୍ୟାଳୟର କୁଞ୍ଜଳତା ଗୁରୁମା ଧନ୍ୟ ବାଦ ଅର୍ପଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ