ମୁକ୍ତାକାଶ ନାଟକ ଉଦଯାପିତ : ହେ ମଣିଷ କାନ୍ଦିବ ଆସ ମଂଚସ୍ଥ
କୋରେଇ, ୧ ମାର୍ଚ୍ଚ (ହି.ସ.)- କୋରେଇ ବ୍ଳକ ଅନ୍ତର୍ଗତ ପଥରପଦା ପଂଚାୟତର ଓଚିନ୍ଦା ଗ୍ରାମର ସଙ୍କଟମୋଚନ ମହାରାଜଙ୍କ ବାର୍ଷିକ ଉତ୍ସବ ନିମନ୍ତେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁକ୍ତାକଶ ମଂଚ ଉଦଯାପନୀ ଉତ୍ସବରେ ହେ ମଣିଷ କାନ୍ଦିବ ଆସ ମଂଚସ୍ଥ ହୋଇଛି । ଏହି ଅବସରରେ ନାଟ୍ୟ ନିର୍ଦ୍ଦେଶକ ମହେନ୍ଦ୍
ମୁକ୍ତାକାଶ ନାଟକ ଉଦଯାପିତ : ହେ ମଣିଷ କାନ୍ଦିବ ଆସ ମଂଚସ୍ଥ


କୋରେଇ, ୧ ମାର୍ଚ୍ଚ (ହି.ସ.)- କୋରେଇ ବ୍ଳକ ଅନ୍ତର୍ଗତ ପଥରପଦା ପଂଚାୟତର ଓଚିନ୍ଦା ଗ୍ରାମର ସଙ୍କଟମୋଚନ ମହାରାଜଙ୍କ ବାର୍ଷିକ ଉତ୍ସବ ନିମନ୍ତେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁକ୍ତାକଶ ମଂଚ ଉଦଯାପନୀ ଉତ୍ସବରେ ହେ ମଣିଷ କାନ୍ଦିବ ଆସ ମଂଚସ୍ଥ ହୋଇଛି । ଏହି ଅବସରରେ ନାଟ୍ୟ ନିର୍ଦ୍ଦେଶକ ମହେନ୍ଦ୍ର ଭାରତୀ, ସଂଗୀତ ନିର୍ଦ୍ଦେଶକ ଉମେଶ କୁମାର ଓ ନୃତ୍ୟ ନିର୍ଦ୍ଦେଶକ ରମେଶ ସାହୁଙ୍କ ଦ୍ୱାରା ଆୟୋଜିତ ନାଟକ ଦର୍ଶକଙ୍କୁ ବାନ୍ଧି ରଖିବାରେ ସହାୟକ ହୋଇଥିଲା । ଏହି ଅବସରରେ ମଂଚ କଳାକାର ମାନଙ୍କୁ ନେଇ ନରୁ ଓଝାଙ୍କ ସଂଚାଳନାରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ସୁବାସ ଧଳ, ଗଦାଧର ସାହୁ, ଶଶିଭୂଷଣ ସେନାପତି, ଦୀପକ ମାଝୀ ପ୍ରମୁଖ ପୂର୍ବରୁ ଆୟୋଜିତ ନୃତ୍ୟ ସଂଗୀତ ପ୍ରତିଯୋଗୀତାରେ ଭାଗଦେଇଥିବା କୃତୀ ପ୍ରତିଯୋଗୀ ଶିଳ୍ପୀ ମାନଙ୍କୁ ମଂଚରେ ମାନପତ୍ର, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ହରେକୃଷ୍ଣ, ପଦ୍ମନାଭ, ପ୍ରମୋଦ, ସୁରଜିତ, ପ୍ରଶାନ୍ତ, ଉମେଶ, ସତ୍ୟଜିତ, ସମୀର, ଅର୍ଜ୍ଜୁନଙ୍କ ସମେତ ସମସ୍ତ ସଦସ୍ୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande