ଅପହଞ୍ଚ ଇଲାକାରେ ବଢୁଛି ପାଣି ସମସ୍ୟା, ଖଜୁରୀପୁଟରେ ଚୁଆ ପାଣି ଭରସା  
ଜୟପୁର, ୧ ମାର୍ଚ୍ଚ (ହି.ସ.)- କୋରାପୁଟ ଜିଲ୍ଲା ବୈପାରୀଗୁଡାରେ ପାନୀୟ ଜଳର ସମସ୍ୟା ଦେଖାଯାଉଛି l ” ଜଳ ହିଁ ଜୀବନ ଜଳ ବିନା କେହି ବଞ୍ଚି ପାରିବେ ନାହିଁ ” ଏହାକୁ ଗୁରୁତ୍ୱ ଦେଇ ସରକାର ଗାଁ ଗାଁ ରେ ନଳକୂପ ଖନନ କରୁଛନ୍ତି l କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁଁ ଲୋକେ ବିଶୁଦ୍ଧ ପ
- ଅପହଞ୍ଚ ଇଲାକାରେ ବଢୁଛି ପାଣି ସମସ୍ୟା, ଖଜୁରୀପୁଟରେ ଛୁଆଁ ପାଣି ଭରସା  


ଜୟପୁର, ୧ ମାର୍ଚ୍ଚ (ହି.ସ.)- କୋରାପୁଟ ଜିଲ୍ଲା ବୈପାରୀଗୁଡାରେ ପାନୀୟ ଜଳର ସମସ୍ୟା ଦେଖାଯାଉଛି l ” ଜଳ ହିଁ ଜୀବନ ଜଳ ବିନା କେହି ବଞ୍ଚି ପାରିବେ ନାହିଁ ” ଏହାକୁ ଗୁରୁତ୍ୱ ଦେଇ ସରକାର ଗାଁ ଗାଁ ରେ ନଳକୂପ ଖନନ କରୁଛନ୍ତି l କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁଁ ଲୋକେ ବିଶୁଦ୍ଧ ପାଣି ପାଇପାରୁନାହାନ୍ତି l ଗ୍ରୀଷ୍ମ ପୂର୍ବରୁ ଜଳ କଷ୍ଟ , ପିଇବାକୁ ମିଳୁନି ମୁନ୍ଦାଏ ପାଣି, ବାଧ୍ୟ ହୋଇ ଚୁଆ ପାଣି ଉପରେ ନିର୍ଭର କରନ୍ତି ଗ୍ରାମବାସୀ l ବୈପାରୀଗୁଡା ବ୍ଲକ ଅନ୍ତର୍ଗତ କଠପୋଡ଼ା ପଂଚାୟରେ ଖଜୁରୀପୁଟ ଠାରେ ଏପରି ସମସ୍ଯା ଦେଖିବାକୁ ମିଳିଛି l ଖଜୁରୀପୁଟ ଅନ୍ୟ ସାହି ଜୋନାଗୁଡ଼ାରେ ମୋଟ୍ ପନ୍ଦର ପରିବାର ବସବାସ କରନ୍ତି l ଲୋକଙ୍କ ପାନୀୟ ଜଳ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ଦୁଇ ବର୍ଷ ପୂର୍ବେ ଖଜୁରୀପୁଟ ଠାରେ ଗୋଟିଏ ନଳକୂପ ଖନନ କରାଯାଇଥିଲା l ହେଲେ କିଛି ମାସ ପରେ ସେ ନଳକୂପ ଅଚଳ ଅବସ୍ଥାରେ ପଡିରହିଛି l ଫଳରେ ଗ୍ରାମବାସୀ ବାଧ୍ୟ ହୋଇ ଚୁଆ ପାଣି ବ୍ୟବହାର କରୁଛନ୍ତି l ସୌରଚାଳିତ ଜଳ ଯୋଗାଣ ପ୍ରକଳ୍ପ ଦ୍ବାରା ପାଣି ଯୋଗାଇ ଦେବା ନିମନ୍ତେ ଗ୍ରାମବାସୀ ମାନଙ୍କ ତରଫରୁ ବିଭୁତି ଖରା, ରୋଇଲା, କ୍ରିଷ୍ଣାନି, ମୋତି ଖରା, ଧନୁର୍ଜ୍ୟୟ ଖରା, ଡମ୍ଭୁଧର ଖରା ପ୍ରମୁଖ ଦାବୀ କରିଛନ୍ତି l

ଏନେଇ ଗ୍ରାମ୍ୟଜଳ ଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ପ୍ରମୋଦ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଏନେଇ କୌଣସି ଅଭିଯୋଗ ଆସିନାହିଁ, କିନ୍ତୁ ଅତିଶୀଘ୍ର ନଳକୂପ ମରାମତି କରାଯିବ ସମସ୍ୟାର ସମାଧାନ କରାଯିବ l ସରକାର ବିଭିନ୍ନ ଗ୍ରାମାଞ୍ଚଳ ପାଇଁ ଅନେକ ଯୋଜନା ପ୍ରଣୟନ କରୁଥିଲେ ସୁଦ୍ଧା ସଠିକ୍ ବ୍ୟବହାର ଅବହେଳା ଯୋଗୁଁ ଅପହଞ୍ଚ ଇଲାକାରେ ଟୋପାଏ ପାଣି ପାଇଁ ଚୁଆ ଉପରେ ନିର୍ଭର କରିଥାନ୍ତି ଲୋକେ l ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପାନୀୟ ଜଳ ଯୋଗାଇବା ନିମନ୍ତେ ଗ୍ରାମବାସୀ ଦାବି କରିଛନ୍ତି l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande