ନୂଆପଡ଼ା ଜିଲାରେ କଲରାପତରିଆ ବାଘ ଆତଙ୍କ
ନୂଆପଡ଼ା, ୧ ମାର୍ଚ୍ଚ (ହି.ସ.)- କିଛିଦିନର ବ୍ୟବଧାନ ପରେ ପୁଣି ନୂଆପଡ଼ା ଜିଲାରେ କଲରାପତରିଆ ବାଘ ଆତଙ୍କ ଦେଖା ଦେଇଛି। ଏହି ବାଘ ବୁଲୁଥିବା ନେଇ ଭିଡିଓ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହାଫଳରେ ଏହି ଖବର ପରେ ସୁନାବେଡା ଅଭୟାରଣ୍ୟ ଭିତରେ ବସବାସ କରୁଥିବା ଲୋକମାନେ ବେଶ୍ ଆତଙ୍କିତ ହୋଇ
Nuapada jilla re bagha


ନୂଆପଡ଼ା, ୧ ମାର୍ଚ୍ଚ (ହି.ସ.)- କିଛିଦିନର ବ୍ୟବଧାନ ପରେ ପୁଣି ନୂଆପଡ଼ା ଜିଲାରେ କଲରାପତରିଆ ବାଘ ଆତଙ୍କ ଦେଖା ଦେଇଛି। ଏହି ବାଘ ବୁଲୁଥିବା ନେଇ ଭିଡିଓ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହାଫଳରେ ଏହି ଖବର ପରେ ସୁନାବେଡା ଅଭୟାରଣ୍ୟ ଭିତରେ ବସବାସ କରୁଥିବା ଲୋକମାନେ ବେଶ୍ ଆତଙ୍କିତ ହୋଇପଡିଛନ୍ତି ।

ସୂଚନା ଅନୁଯାୟୀ, ଗତକାଲି ରାତିରେ ସୋସେଙ୍ଗ ଗାଁର କମଳ ନାଥ ମାଝି(୩୦) କୌଣସି କାମରେ ଏକ କାର୍ ଯୋଗେ ନୂଆପଡା ଯାଉଥିଲେ। ସେହି ସମୟରେ ଏକନ ଗୋଡିଆ ଘାଟି ତଳକୁ ହଲୁଆପାଲି-କେରମେଲି ନୂଆପଡା ରାସ୍ତାରେ ଦୁଇଟି କଲରା ପତରିଆ ବାଘ ବୁଲୁଥିବା ଦେଖିବାକୁ ପାଇଥିଲେ। ସେ ଭୟଭୀତ ଅବସ୍ଥାରେ ଗାଡିକୁ ରାସ୍ତାରେ ଅଟକାଇ ମୋବାଇଲରେ ଭିଡିଓ ଶୁଟ୍ କରିଥିଲେ। ସେହି ସମୟରେ ଗୋଟିଏ ବାଘ ଜଙ୍ଗଲ ଭିତରକୁ ଚାଲିଯାଇଥିବା ବେଳେ ଅନ୍ୟ ଏକ ବାଘ ରାସ୍ତା କଡରେ ବସି ରହିଥିଲା। ପ୍ରାୟ ଅଧଘଣ୍ଟା ପରେ ବାଘ ରାସ୍ତାରୁ ଜଙ୍ଗଲକୁ ଚାଲିଯିବା ପରେ କମଳ ଗାଡି ଧରି ନୂଆପଡା ପଟେ ଯାଇଥିଲେ। ଆଖି ସାମ୍ନାରେ ବାଘ ଦେଖିଥିବା କମଳ ରାତିରେ ଘରକୁ ନ ଫେରି ସକାଳେ ଫେରିଥିଲେ। ମୋବାଇଲରେ କଏଦ ହୋଇଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସୁନାବେଡା ଅଭୟାରଣ୍ୟ ଭିତରେ ବସବାସ କରୁଥିବା ବନବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ବର୍ତ୍ତମାନ ମହୁଲ ଫୁଲ ଗୋଟାଇବା ସମୟ। ମହୁଲ ଫୁଲ ଖାଇବା ପାଇଁ ଗାଈ, ବାଛୁରୀ, ଛେଳି, ମେଣ୍ଢା ଗଛ ତଳେ ଗୋଠ ହୋଇ ରହନ୍ତି । ବାଘକୁ ଶିକାର କରିବା ସହଜ ହୋଇଥାଏ। ସେଥିପାଇଁ ବାଘ ଜଙ୍ଗଲରୁ ପଦାକୁ ଆସୁଛି ବୋଲି ଅନୁମାନ କରାଯାଉଛି। ଖବର ପାଇ କୋମନା ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବାଘର ଗତିବିଧି ଉପରେ ନଜର ରଖିବା ସହ ପାହାଡ ତଳି ଗାଁଗୁଡିକୁ ଯାଇ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରୁଥିବା ସୂଚନା ମିଳିଛି।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande