
ଭୁବନେଶ୍ୱର, 01 ମାର୍ଚ୍ଚ (ହି.ସ.) ବିଜୁ ଜନତା ଦଳ ର ବରିଷ୍ଠ ନେତା ଗୋଲକ ବିହାରୀ ନାୟକଙ୍କ ବିୟୋଗ ରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।
ଏକ ଶୋକ ବାର୍ତ୍ତାରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସମାଜବାଦୀ ଆଦର୍ଶ ରେ ବିଶ୍ୱାସୀ ସ୍ବର୍ଗତ ନାୟକ ଚାଷୀ ଓ ଶ୍ରମିକ ମାନଙ୍କ ସ୍ୱାର୍ଥ ର ସୁରକ୍ଷା ପାଇଁ ସର୍ବଦା କାର୍ଯ୍ୟରତ ଥିଲେ। ତାଙ୍କର ବିଯୋଗ ରେ ବିଜୁ ଜନତା ଦଳ ଜଣେ ସମର୍ପିତ ଜନ ସେବକଙ୍କୁ ହରାଇଲା।
ଶ୍ରୀ ପଟ୍ଟନାୟକ ଶୋକସନ୍ତପ୍ତ ପରିବାର ବର୍ଗ ଙ୍କୁ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମା ର ସଦଗତି କାମନା କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା