କଂଗ୍ରେସ ବିଜେଡି ଏବେ ଏକାଠି ହେବାରେ କୌଣସି ଅସୁବିଧା ନାହିଁ - ରାମଚନ୍ଦ୍ର କାଡ଼ାମ
ଭୁବନେଶ୍ୱର, 01 ମାର୍ଚ୍ଚ (ହି.ସ.)- କଂଗ୍ରେସ ଏକ ଜାତୀୟ ଦଳ । ଏଆଇସିସି ଯାହା ନିଷ୍ପତ୍ତି ନେବେ ଆମେ ସମସ୍ତେ ତାକୁ ମାନିବୁ । ଆସନ୍ତାକାଲି 3ଟାରେ ପିସିସି ସଭାପତି ଓ ଏଆଇସିସି ଇନଚାର୍ଜଙ୍କ ସହ ବିଧାୟକଙ୍କ ବୈଠକ ହେବ । ଯାହା ନିଷ୍ପତ୍ତି ହେବ ସେହି ଅନୁସାରେ କାର୍ଯ୍ୟ
କଂଗ୍ରେସ ବିଜେଡି ଏବେ ଏକାଠି     ହେବାରେ କୌଣସି ଅସୁବିଧା ନାହିଁ - ରାମଚନ୍ଦ୍ର କାଡ଼ାମ


ଭୁବନେଶ୍ୱର, 01 ମାର୍ଚ୍ଚ (ହି.ସ.)- କଂଗ୍ରେସ ଏକ

ଜାତୀୟ ଦଳ । ଏଆଇସିସି ଯାହା ନିଷ୍ପତ୍ତି ନେବେ ଆମେ ସମସ୍ତେ ତାକୁ ମାନିବୁ । ଆସନ୍ତାକାଲି 3ଟାରେ

ପିସିସି ସଭାପତି ଓ ଏଆଇସିସି ଇନଚାର୍ଜଙ୍କ ସହ ବିଧାୟକଙ୍କ ବୈଠକ ହେବ । ଯାହା ନିଷ୍ପତ୍ତି ହେବ

ସେହି ଅନୁସାରେ କାର୍ଯ୍ୟକାରୀ କରାଯିବ ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ

କହିଛନ୍ତି । ପୂର୍ବରୁ ମଧ୍ୟ ବିଧାନସଭାରେ ଆଲୋଚନା ହୋଇଛି । ଆମର ସବୁ ବିଧାୟକ ଏକାଠି ଅଛନ୍ତି ।

ଆଗକୁ ମଧ୍ୟ ଏକ ହୋଇ ରହିବୁ । ସମସ୍ତେ ସହମତ ଅଛନ୍ତି । ବିଜେଡି ଓ କଂଗ୍ରେସ ଏବେ ବିରୋଧୀ ଦଳରେ

ଅଛନ୍ତି । ଏକାଠି ହେବାରେ କୌଣସି ଅସୁବିଧା ନାହିଁ । ଆଗାମୀ ଦିନରେ ଆମେ ଉଭୟ ବିରୋଧୀ ମିଶି

ବିଜେପି ସରକାରଙ୍କୁ ପ୍ରଶ୍ନ କରିବୁ । ସାରା ଦେଶରେ ଏବେ ଆଣ୍ଟି ବିଜେପି ଦଳ ଏକାଠି ହେଉଛନ୍ତି ।

ବିଜେଡି ମଧ୍ୟ ଆସିପାରେ । ଆମ ଦଳରେ କ୍ରସ ଭୋଟିଂ ହେବ ନାହିଁ । ଯଦି ହୁଏ ତାଙ୍କ ବିରୋଧରେ କଡା

କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande