
ଭୁବନେଶ୍ୱର, 01 ମାର୍ଚ୍ଚ (ହି.ସ.)- ସହିଦ ନଗର
ଥାନାରୁ ବିଜେପି କର୍ମୀଙ୍କ ଧାରଣା ପ୍ରତ୍ୟାହୃତ। ବିଜେପିର ୩ କର୍ମୀଙ୍କୁ ସହିଦ ନଗର ପୋଲିସ
ପ୍ରଥମେ ବେଲ୍ ଦେଇ ପୁଣି ଆରେଷ୍ଟ କରିବା ଘଟଣାକୁ ବିରୋଧ କରି ଥାନା ସମ୍ମୁଖରେ ଧାରଣାରେ ବସିଥିଲେ ଜଗା ପ୍ରଧାନ ଓ ତାଙ୍କ ସମର୍ଥକ।
ତେବେ ରାତି ପ୍ରାୟ ୧୨.୪୦ ରେ ଉଚ୍ଚ ଅଧିକାରୀଙ୍କ ସହିତ ଆଲୋଚନା ପରେ, ଧାରଣା ବନ୍ଦ୍ ହୋଇଛି। ଗଣମାଧ୍ୟମକୁ ପ୍ରତିକ୍ରିୟା
ଦେଇ ଜଗନ୍ନାଥ ପ୍ରଧାନ କହିଛନ୍ତି, ଯାହା ଦାବି ଥିଲା ଉଚ୍ଚ
କର୍ତ୍ତୁପକ୍ଷଙ୍କୁ ଜଣାଇଲୁ। ସେ ଆମ କଥାକୁ ଗ୍ରହଣ କରିଛନ୍ତି। ସହିଦ ନଗର ଥାନା ଅଧିକାରୀଙ୍କ
ବଦଳି ଦାବି ଥିଲା। ଏ ସଂକ୍ରାନ୍ତରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି। ସହିଦ
ନଗର ଥାନା ଅଧୀନରେ, ବାରମ୍ବାର ଅନୈତିକ କାର୍ଯ୍ୟ ହେଉଛି। ବାରମ୍ବାର
ଅଘଟଣ ଘଟୁଛି। ତେଣୁ ଥାନା ଅଧିକାରୀଙ୍କୁ ତୁରନ୍ତ ଏଠାରୁ ବଦଳି କରାଯାଇ ନୂତନ ଆଇଆଇସି ନିଯୁକ୍ତ
ହେବା ଦରକାର ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା