
ଖୋର୍ଦ୍ଧା, ୧୨ ମାର୍ଚ୍ଚ (ହି.ସ.)- ବାଲୁଗାଁ ଇଞ୍ଜନପୁର ଛକରେ ଗୁରୁବାର ଏକ ବଡ଼ ଧରଣର ଳୁଟ ହୋଇଛି । ୩ ଜଣ ଦୁର୍ବୃତ ଜଣେ ସ୍କୁଟି ଚାଳକଙ୍କୁ ଅଟକାଇ ସ୍କୁଟି ଡିକିରେ ଥିବା ୬୦ ଗ୍ରାମ ସୁନା ଅଳଙ୍କାର ସମେତ ୧ ଲକ୍ଷ ୪୪ ହଜାର ଟଙ୍କା ଝାମ୍ପି ନେଇ ଘଟଣାସ୍ଥଳରୁ ଫେରାର ଯାଇଛନ୍ତି । ସୂଚନା ମୁତାବକ, ଉକ୍ତ ସ୍କୁଟି ଚାଳକ ଜଣକ ବ୍ୟାଙ୍କରେ ନିଜର ବନ୍ଧକ ପଡିଥିବା ସୁନା ମୁକୁଳାଇ ଘରକୁ ଫେରୁଥିଲେ । ସେହି ସମୟରେ ୨ଟି ବାଇକ୍ ରେ ୩ ଜଣ ଦୁର୍ବୃତ ପଛରୁ ଆସି ବାଇକ୍ ଚାଳକଙ୍କୁ ଅଟକାଇ ଥିଲେ । ଏପରିକି ଦୁର୍ବୁତମାନେ ଟଙ୍କା ପଡ଼ିଯାଇଥିବା କହି ୬୦ ଗ୍ରାମ ଓଜନର ସୁନା ଅଳଙ୍କାର ସହ ୧ ଲକ୍ଷ ୪୪ ହଜାର ଟଙ୍କା ଲୁଟି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଅଭିଯୋଗକୁ ଭିତି କରି ବାଲୁଗାଁ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଥିବା ଜଣାପଡ଼ିଛି । ହେଲେ ଦୁର୍ବୃତ ମାନଙ୍କ ଟେର୍ ପାଇପାରିନାହିଁ ପୋଲିସ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ