ଓପିଜିସି ତରଫରୁ ତିଲିଆରେ ଚକ୍ଷୁ ଚିକିତ୍ସା ଶିବିର
Opgc conducts eye camp
ଓପିଜିସି ତରଫରୁ ତିଲିଆରେ ଚକ୍ଷୁ ଚିକିତ୍ସା ଶିବିର


ଝାରସୁଗଡ଼ା, ୧୬ ମାର୍ଚ୍ଚ (ହି.ସ.)- ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ୍ ଲିମିଟେଡ୍ ପକ୍ଷରୁ ସିଏସଆର କାର୍ଯ୍ୟକ୍ରମ ଅଧୀନରେ ଆଜି ଝାରସୁଗୁଡା ଜିଲ୍ଲାର ତିଲିଆ ପଞ୍ଚାୟତ କାର୍ଯ୍ୟାଳୟରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି| କେୟାର ନେତ୍ରମ, ଭୁବନେଶ୍ୱରର ସହଯୋଗରେ ଏହି ଶିବିର ଆୟୋଜିତ ହୋଇଥିଲା | ପୁଷ୍ପାଞ୍ଜଳି ପଧାନ ତିଲିଆ ସରପଞ୍ଚଙ୍କ ଦ୍ବାରା ଏହି ଶିବିର ଉଦ୍ଘାଟିତ ହୋଇଥିଲା I ବରିଷ୍ଠ ଅଧିକାରୀ ହିମାଂଶୁ ଭୂଷଣ ବେହେରା ଏବଂ କେୟାର ନେତ୍ରମ ର ମେଡିକାଲ ଟିମ ଉପସ୍ଥିତ ଥିଲେ । ଏହି ଶିବିର ସକାଳ ୯ଟା ରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିଥିଲା I ଆଖପାଖ ୧୧ରୁ ଊର୍ଦ୍ଧ୍ଵ ଗ୍ରାମ ଯଥା ତିଲିଆ, ସିଂଘେଇଁପାଲି, ଫଟାପାଲି, କଣ୍ଟାଟିକ୍ରା, ରମେଲା, କୋଲଟିକ୍ରା, ଥୁରୁପାଲୀ, ନୂଆପଡା, ବଡ଼ସାରୁଆ ଆଦି ଗ୍ରାମ ଗୁଡ଼ିକରୁ ୩୦୯ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା I ସମୁଦାୟ ୨୭୭ଙ୍କୁ ଦୃଷ୍ଟିଶକ୍ତି ସଂଶୋଧନ ପାଇଁ ବିନାମୂଲ୍ୟରେ ଚଷମା ଯୋଗାଇ ଦିଆଯାଇଥିଲା । ୧୧ ଜଣଙ୍କୁ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ବ୍ୟବସ୍ଥା କରାଯାଇଥିଲା ।

ଓପିଜିସି ସିଏସଆର ଦଳର ସଦସ୍ୟ ହିମାଂଶୁ ଭୂଷଣ ବେହେରା, ତାପସ ପଣ୍ଡା, ଅମର ସିଂ, ଏହି ଶିବିରର ସଂଯୋଜନା କରିବାରେ ସାହାଯ୍ୟ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande