ସୂଚନା ଅଧିକାର ଆଇନ ସମ୍ବନ୍ଧୀୟ ୪ ଦିନିଆ ଦକ୍ଷତା ବିକାଶ ତାଲିମ ଓ କର୍ମଶାଳା ଶୁଭାରମ୍ଭ
ଭୁବନେଶ୍ୱର,୧୬ ମାର୍ଚ୍ଚ (ହି.ସ)- ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୁଲ୍ୟରେ ସୂଚନା ଅଧିକାର ଆଇନ-୨୦୦୫ ସମ୍ବନ୍ଧୀୟ ଏକ ଚାରି ଦିବସୀୟ ଦକ୍ଷତା ବିକାଶ ତାଲିମ୍ ତଥା କର୍ମଶାଳା ଉଦଘାଟିତ ହୋଇଯାଇଛି । ଏହି ଅବସରରେ ପୂର୍ବତନ ସୂଚନା ଆୟୁକ୍ତ ଦିଲ୍ଲୀପ୍ କୁମାର ବିଷୋୟୀ ମୁଖ୍ୟ ପ୍ରଶିକ୍ଷକ ଭାବେ ଯୋଗ ଦେଇ ର
ସୂଚନା ଅଧିକାର ଆଇନ ସମ୍ବନ୍ଧୀୟ ୪ ଦିନିଆ ଦକ୍ଷତା ବିକାଶ ତାଲିମ ଓ କର୍ମଶାଳା ଶୁଭାରମ୍ଭ


ଭୁବନେଶ୍ୱର,୧୬ ମାର୍ଚ୍ଚ (ହି.ସ)- ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୁଲ୍ୟରେ ସୂଚନା ଅଧିକାର ଆଇନ-୨୦୦୫ ସମ୍ବନ୍ଧୀୟ ଏକ ଚାରି ଦିବସୀୟ ଦକ୍ଷତା ବିକାଶ ତାଲିମ୍ ତଥା କର୍ମଶାଳା ଉଦଘାଟିତ ହୋଇଯାଇଛି । ଏହି ଅବସରରେ ପୂର୍ବତନ ସୂଚନା ଆୟୁକ୍ତ ଦିଲ୍ଲୀପ୍ କୁମାର ବିଷୋୟୀ ମୁଖ୍ୟ ପ୍ରଶିକ୍ଷକ ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ନୋଡାଲ୍ ପିଆଇଓ, ପ୍ରଥମ ଅପିଲ୍ କର୍ତୃପକ୍ଷ ଓ ଅଧିକାରୀମାନଙ୍କୁ ସୂଚନା ଅଧିକାର ଆଇନ୍ ସମ୍ବନ୍ଧୀୟ ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି । ସୋମବାର ସୂଚନା ଓ ଲୋକସମ୍ପର୍କ ବିଭାଗର ସମ୍ମିଳନୀ କକ୍ଷରେ କର୍ମଶାଳାର ଉଦଘାଟନରେ ବିଭାଗୀୟ ନିର୍ଦ୍ଦେଶକ ଅନୁଜ କୁମାର ଦାସ ପଟ୍ଟନାୟକ, ଅତିରିକ୍ତ ଶାସନ ସଚିବ ଅଶୋକ କୁମାର ବେହୁରିଆ ଓ ସମବାୟ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ଉଷାରାଣୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ଶ୍ରୀ ବିଶୋୟୀ ସୂଚନା ଅଧିକାର ଆଇନ-୨୦୦୫ର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ଆଇନ ନାଗରିକମାନଙ୍କୁ ସରକାରୀ କର୍ତୃପକ୍ଷଙ୍କଠାରୁ ସୂଚନା ପାଇବାକୁ କ୍ଷମତା ଦିଏ ଏବଂ ଦାୟିତ୍ୱପୂର୍ଣ୍ଣ ପ୍ରଶାସନକୁ ପ୍ରୋତ୍ସାହିତ କରେ । ସରକାରୀ କର୍ତୃପକ୍ଷଙ୍କୁ ଦକ୍ଷ କରିବା ପାଇଁ ଏପରି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅତ୍ୟନ୍ତ ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଛନ୍ତି । ସେହିପରି ସୂଚନା ଅଧିକାର ଆଇନର ବିଭିନ୍ନ ଧାରା, ଏହାର କାର୍ଯ୍ୟପ୍ରଣାଳୀ ଓ ନିଜ ଅନୁଭବ ଆଧାରିତ ଅନେକ ଉଦାହରଣ ମାଧ୍ୟମରେ ସେ ଅଂଶଗ୍ରହଣକାରୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ ।

ସେହିପରି ନିର୍ଦ୍ଦେଶକ ଶ୍ରୀ ଦାସ ପଟ୍ଟନାୟକ ସୂଚନା ଅଧିକାର ଆଇନର ଗୁରୁତ୍ୱ ଉପରେ ଆଲୋକପାତ କରି ସରକାରୀ ପ୍ରଶାସନର ସ୍ୱଚ୍ଛତା ଓ ଉତରଦାୟିତ୍ୱ ବୃଦ୍ଧିରେ ଏହି ଆଇନର ଭୂମିକା ବିଷୟରେ ଉଲ୍ଲେଖ କରିଥିଲେ । ସେହିପରି ଅତିରିକ୍ତ ଶାସନ ସଚିବ ଶ୍ରୀ ଅଶୋକ କୁମାର ବେହୁରିଆ ଆରଟିଆଇ ଆବେଦନ ଗ୍ରହଣ କରିବା ଏବଂ ଉଚିତ୍ ସମୟରେ ଉତ୍ତର ରଖିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ଏହି ଚାରି ଦିବସୀୟ କର୍ମଶାଳାରେ ରାଜ୍ୟ ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଅଂଶଗ୍ରହଣ କରିବେ । ୪ ଟି ପର୍ଯ୍ୟାୟରେ ସମସ୍ତ ବିଭାଗର କର୍ତୃପକ୍ଷଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande