ଅଗ୍ନିକାଣ୍ଡ କ୍ଷତିଗ୍ରସ୍ତ କଟକ ବଡ଼ ଡାକ୍ତରଖାନା ICU ବୁଲି ଦେଖିବା ସହ ଆହତ ରୋଗୀଙ୍କୁ ଭେଟିଲେ ନବୀନ ପଟନାୟକ
Bhubaneswar, 16 ମାର୍ଚ୍ଚ (ହି.ସ.) ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟା ରେ କଟକ ଯାଇ ଅଗ୍ନିକାଣ୍ଡ କ୍ଷତିଗ୍ରସ୍ତ SCB ମେଡିକାଲ କଲେଜ ର ICU ବୁଲି ଦେଖିବା ସହ ସ୍ଥାନାନ୍ତର ହୋଇଥିବା ଆହତ ରୋଗୀ ଙ୍କୁ ଭେଟି ଥିଲେ ଓ ସେମାନଙ୍କ ଚିକିତ୍ସା ସମ୍ପର୍କରେ ଡାକ୍ତର ମାନଙ୍କ ସହ ଆ
ଅଗ୍ନିକାଣ୍ଡ କ୍ଷତିଗ୍ରସ୍ତ କଟକ ବଡ଼ ଡାକ୍ତରଖାନା ICU ବୁଲି ଦେଖିବା ସହ ଆହତ ରୋଗୀଙ୍କୁ ଭେଟିଲେ ନବୀନ ପଟନାୟକ


Bhubaneswar, 16 ମାର୍ଚ୍ଚ (ହି.ସ.)

ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟା ରେ କଟକ ଯାଇ ଅଗ୍ନିକାଣ୍ଡ କ୍ଷତିଗ୍ରସ୍ତ SCB ମେଡିକାଲ କଲେଜ ର ICU ବୁଲି ଦେଖିବା ସହ ସ୍ଥାନାନ୍ତର ହୋଇଥିବା ଆହତ ରୋଗୀ ଙ୍କୁ ଭେଟି ଥିଲେ ଓ ସେମାନଙ୍କ ଚିକିତ୍ସା ସମ୍ପର୍କରେ ଡାକ୍ତର ମାନଙ୍କ ସହ ଆଲୋଚନା କରିଥିଲେ।

କଟକ ବଡ଼ ଡାକ୍ତରଖାନା ପରି ଦେଶ ର ଏକ ପ୍ରତିଷ୍ଠିତ ସ୍ୱାସ୍ଥ୍ୟ ଅନୁଷ୍ଠାନ ର ICU ରେ ଏଭଳି ଦୁର୍ଘଟଣା ରେ ଶ୍ରୀ ପଟ୍ଟନାୟକ ଗଭୀର ଉଦବେଗ ପ୍ରକାଶ କରିଥିଲେ।

ବିରୋଧୀ ଦଳ ନେତାଙ୍କ ସହ କଟକ ମେୟର ସୁବାସ ସିଂ ଙ୍କ ସମେତ ବିଜେଡି ର ନେତୃବର୍ଗ କଟକ ମେଡିକାଲ କଲେଜ କୁ ଯାଇ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande