ତିହିଡ଼ିରେ ରାଜ୍ୟସ୍ତରୀୟ ଭଲିବଲ ଟୁର୍ଣ୍ଣାମେଂଟ, ସୂର୍ଯ୍ୟଶିଖାକୁ ହରାଇ ହରିଆଣା ଚାମ୍ପିୟନ
ଭଦ୍ରକ, ୧୬ ମାର୍ଚ୍ଚ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡ଼ି କାଳିପଡ଼ିଆରେ ଶ୍ୟାମା କ୍ଲବ ଆୟୋଜନରେ ବିଷ୍ଣୁ ସ୍ମାରକୀ ଏକଦିବସୀୟ ଦିବା–ରାତ୍ର ରାଜ୍ୟସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଂଟ–୨୦୨୬ ଅନୁଷ୍ଠିତ ହୋଇଯାଇଛି।ଏହି ଟୁର୍ଣ୍ଣା ମେଂଟ ଭଦ୍ରକ ସୂର୍ଯ୍ଯଶିଖା, ପୁରୀ କ୍ଲବ, ଭୁବନେଶ୍ୱର ରେନବୋ, ହରିଆଣା ଓ ଏ.ପି.
TIHIDI VOLLEY BALL TOURNAMENT


ଭଦ୍ରକ, ୧୬ ମାର୍ଚ୍ଚ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡ଼ି କାଳିପଡ଼ିଆରେ ଶ୍ୟାମା କ୍ଲବ ଆୟୋଜନରେ ବିଷ୍ଣୁ ସ୍ମାରକୀ ଏକଦିବସୀୟ ଦିବା–ରାତ୍ର ରାଜ୍ୟସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଂଟ–୨୦୨୬ ଅନୁଷ୍ଠିତ ହୋଇଯାଇଛି।ଏହି ଟୁର୍ଣ୍ଣା ମେଂଟ ଭଦ୍ରକ ସୂର୍ଯ୍ଯଶିଖା, ପୁରୀ କ୍ଲବ, ଭୁବନେଶ୍ୱର ରେନବୋ, ହରିଆଣା ଓ ଏ.ପି. ସିକ୍ସର (ଯାଜପୁର) ଦଳ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ଫାଇନାଲ୍ ମ୍ୟାଚ୍ ଭଦ୍ରକର ସୂର୍ଯ୍ଯଶିଖା ଓ ହରିଆଣା ଦଳ ମଧ୍ୟରେ ହୋଇଥିଲ। ଖେଳରେ ହରିଆଣା ଦଳ ଭଦ୍ରକ ସୂର୍ଯ୍ଯଶିଖାକୁ ପରାଜିତ କରି ଚାମ୍ପିୟନ୍ ହୋଇଥିଲା।ବିଜୟୀ ଦଳଙ୍କୁ ଟ୍ରଫି ସହିତ ୧୦ ହଜାରଟଙ୍କା ଓ ରନର୍ସ ଦଳକୁ ସିଲଡ ପ୍ରଦାନ କରାଯାଇଥିଲା।ଏହି ଅବସରରେ ତିହିଡ଼ି ଆଇ.ଆଇ.ସି ସତ୍ୟବ୍ରତ ଗ୍ରହାଚାର୍ଯ୍ୟ, ତିହିଡ଼ି କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ଼. ଲକ୍ଷ୍ମୀଧର ତ୍ରୀପାଠୀ, ପ୍ରସିଦ୍ଧ ନାଟ୍ୟକାର ଚନ୍ଦ୍ରକାନ୍ତ ମହାନ୍ତି, ସାଂସଦ ପ୍ରତିନିଧି ସୀତାକାନ୍ତ ନାୟକ, ଭାଟପଡ଼ା ସରପଞ୍ଚ ଶୁଭ୍ରନାରାୟଣ ସେଠି, ସମାଜସେବୀ ରଘୁନାଥ ପାତ୍ର, ସୁରେନ୍ଦ୍ର ନାୟକ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।ଶ୍ୟାମା କ୍ଲବର ୭୫ ବର୍ଷ ପୂର୍ତି ଉପଲକ୍ଷେ ପୂର୍ବତନ ଭଲିବଲ୍ ଖେଳାଳି ରବିନାରାୟଣ ଜେନା, ସୟଦ୍ ଗୋଲାମ୍ ନବି, ନିରଞ୍ଜନ ବାରିକ୍ ଓ ମନୋଜ କୁମାର ବାରିକଙ୍କୁ କ୍ଲବ୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।ଫାଇନାଲ୍ ମ୍ୟାଚ୍ରେ ଖେଳିଥିବା। ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଗିରିଜା ରମଣ ଜେନା, ପ୍ରଭାତ ଜେନା, ସନ୍ତୋଷ ବେହେରା, ଚିନ୍ମୟ ବେହେରା, ପ୍ରତାପ ଜେନା, ମନୋଜ ସେନାପତି, ଧିରେନ୍ଦ୍ର ସାହୁ, ଅଜୟ ମହାପାତ୍ର, ବିଜୟ ନାୟକ, ଶାନ୍ତନୁ ଦାଶ, ନରେନ୍ଦ୍ର ବାରିକ୍, ମନୋରଞ୍ଜନ ସାବତ୍, ସୁରେଶ ପାତ୍ର, ସମ୍ବିତ୍ ଜେନା, ଶୁଶାନ୍ତ ଯତି, ଭବାନୀ ବାରିକ, ପ୍ରିୟରଞ୍ଜନ ବେହେରା, ଶୁଭମ ସାର୍ଥକ ଜେନା, ନିରଞ୍ଜନ ବାରିକ୍, କୈଳାଶ ବେହେରା, ବିସ୍ମୟ ବିହାରୀ ସାହୁ, ପ୍ରଫୁଲ ଯତି,ରାଜେଶ ନାୟକ, ପିୟୁଷ ପରିଡା ସହ ତିହିଡ଼ି ଶ୍ୟାମା କ୍ଲବର ସମସ୍ତ ପୂରାତନ ସଦସ୍ୟ, ତିହିଡ଼ି ବ୍ଲକର ସମସ୍ତ ହାଇସ୍କୁଲ୍ କ୍ରୀଡା ଶିକ୍ଷକ ଓ ସ୍ଥାନୀୟ କ୍ରୀଡ଼ାପ୍ରେମୀ ଟୁର୍ଣ୍ଣମେଂଟ ପରିଚାଳନରେ ସହଯୋଗ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande