ବିଶିଷ୍ଟ ପାଲା ଗାୟକ ଅନିରୁଦ୍ଧ ପଣ୍ଡାଙ୍କ ସପ୍ତମ ଶ୍ରାଦ୍ଧବାର୍ଷିକ, ପାଲା ସଂସ୍କୃତିକୁ ଉଜ୍ଜୀବିତକରି ରଖିବାରେ ଅନିରୁଦ୍ଧଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ
ଭଦ୍ରକ, ୧୬ ମାର୍ଚ୍ଚ (ହି.ସ.) - ଭଦ୍ରକ ଜିଲ୍ଲା ଘେଂଟଶ୍ୱର ତୁଟାପଡା ଗ୍ରାମର ବିଶିଷ୍ଟ ପାଲାଗାୟକ ଅନିରୁଦ୍ଧ ପଣ୍ଡାଙ୍କ ସପ୍ତମ ଶ୍ରାଦ୍ଧବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହିଅବସରରେ ପାଲା ସଂସ୍କୃତିକୁ ଅନିରୁଦ୍ଧ ପଣ୍ଡାଙ୍କ ଅବଦାନ ଶୀର୍ଷକ ଆଲୋଚନାଚକ୍ରରେ ପ୍ରାବନ୍ଧିକ ବିଭୂତି ଭୂଷଣ ସେନାପତି ସଭ
ANIRUDHA PANDA SRADHA BARSIKI


ଭଦ୍ରକ, ୧୬ ମାର୍ଚ୍ଚ (ହି.ସ.) - ଭଦ୍ରକ ଜିଲ୍ଲା ଘେଂଟଶ୍ୱର ତୁଟାପଡା ଗ୍ରାମର ବିଶିଷ୍ଟ ପାଲାଗାୟକ ଅନିରୁଦ୍ଧ ପଣ୍ଡାଙ୍କ ସପ୍ତମ ଶ୍ରାଦ୍ଧବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହିଅବସରରେ ପାଲା ସଂସ୍କୃତିକୁ ଅନିରୁଦ୍ଧ ପଣ୍ଡାଙ୍କ ଅବଦାନ ଶୀର୍ଷକ ଆଲୋଚନାଚକ୍ରରେ ପ୍ରାବନ୍ଧିକ ବିଭୂତି ଭୂଷଣ ସେନାପତି ସଭାପତିତ୍ୱ କରିଥିଲେ।ଏହି ଆଲୋଚନାଚକ୍ରରେ ମୁଖ୍ୟଅତିଥିଭାବେ ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଳ,ମୁଖ୍ୟବକ୍ତାଭାବେ ପଣ୍ଡିତ ଦୈତ୍ୟାରି ମହାପାତ୍ର,ସମ୍ନାନିତ ଅତିଥିଭାବେ ଇଂ ଅଭୟ ସୁତାର,ଡା .ଅନୀଲ କୁମାର ଦାସ ପ୍ରମୁଖ ଯୋଗଦେଇ ପଲାଗାୟକ ଅନିରୁଦ୍ଧ ପଣ୍ଡା ପାଲା ସଂସ୍କୃତିକୁ ଉଜ୍ଜୀବିତ କାରିରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣକରିଥିଲେ ବୋଲି କହିଥିଲେ। ପାଲାଗାୟକ ସ୍ୱର୍ଗତ ପଣ୍ଡାଙ୍କ ପୁଅ ଡ. ଅରୁଣ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ପରେ କବୀ ସୁରୁଚିପ୍ରଭା ଦାସଙ୍କ ସଂଯୋଜନାରେ ଏକ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏଥିରେ ମମତା ରାଣୀ ଦାସ,ସଂଯୁକ୍ତା ବଳ ନାୟକ,ଆଶୁତୋଷ କରଣ,ବାଇଧର ମହାନ୍ତି,ଶୀତଳ କୁମାର ବେହେରା, ସଂଯୁକ୍ତା ଭାରତୀ,ବଟକୃଷ୍ଣ ପରିଡା,ସୁଧାକର ପୂରୀ, ରବି କୁମାର ମହାନ୍ତି,ସୁବାସ ମହାନ୍ତି ପ୍ରମୁଖ କବିତା ପାଠ କରିଥିଲେ। ଶେଷରେ କବି ଅଭୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ବହୁ ପାଲା କଳାକାର,ସାହିତ୍ୟିକ ଓ ବୁଦ୍ଧିଜୀବୀମାନେ ଯୋଗଦେଇଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande