
ଭୁବନେଶ୍ୱର,୧୬ ମାର୍ଚ୍ଚ (ହି.ସ)- ରାଜ୍ୟସଭା ନିର୍ବାଚନରେ ବିଜୟୀ ବିଜେପିର ପ୍ରାର୍ଥୀମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ନିର୍ବାଚନ ଫଳାଫଳ ବାହାରିବା ପରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିବା ମନମୋହନ ସାମଲ ଓ ସୁଜିତ କୁମାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ।
ଏକ୍ସରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ରାଜ୍ୟସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିବା ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଜୀ, ଦଳର ବରିଷ୍ଠ ନେତା ସୁଜିତ କୁମାର ଜୀ ଏବଂ ଦଳ ସମର୍ôଥତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ଜୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।
ଆମ ସରକାରର ‘ସମୃଦ୍ଧ ଓଡ଼ିଶା’ ଗଠନର ସଂକଳ୍ପକୁ ପରିପୂର୍ଣ୍ଣ କରିବା ଦିଗରେ ଏହି ବିଜୟ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ । ସଂସଦର ଉଚ୍ଚ ସଦନରେ ସେମାନଙ୍କ ଉପସ୍ଥିତି ଓଡ଼ିଶାର ସ୍ୱାର୍ଥ, ଉନ୍ନତି ଓ ଲୋକସେବାର ସ୍ୱରକୁ ରାଷ୍ଟ୍ରୀୟ ସ୍ତରରେ ଆହୁରି ଦୃଢ଼ କରିବ।
ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ‘ସବକା ସାଥ୍, ସବକା ବିକାଶ’ ମନ୍ତ୍ରରେ ଅନୁପ୍ରାଣିତ ହୋଇ ସେମାନଙ୍କର ଏହି ଯାତ୍ରା ଯଶସ୍ୱୀ ହେଉ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କୃପା ସର୍ବଦା ସମସ୍ତଙ୍କ ଉପରେ ରହିଥାଉ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା