ସରକାରୀ ମହିଳା ମହାବିଦ୍ୟାଳୟରେ ସଚେତନଧର୍ମୀ ଶୋଭାଯାତ୍ରା
ଜୟପୁର, ୧୬ ମାର୍ଚ୍ଚ (ହି.ସ.)- ସରକାରୀ ମହିଳା ମହାବିଦ୍ୟାଳୟ ତରଫରୁ ଜଳର ସଞ୍ଚୟ ଓ ସଦ୍ ବିନିଯୋଗ ନିମନ୍ତେ '' ଜଳ ହିଁ ଜୀବନ'' ସଚେତନଧର୍ମୀ ଶୋଭାଯାତ୍ରାର ଅନୁଷ୍ଠିତ ହୋଇଯାଇଛି। ଯୁକ୍ତ ତିନି ଜାତୀୟ ସେବା ଯୋଜନା ପକ୍ଷରୁ ଏହି ଶୋଭାଯାତ୍ରାଟି ଅନୁଷ୍ଠିତ ହୋଇଥିଲା । ଏଥିରେ ସରକାରୀ ମହିଳା ମହାବିଦ୍
ସରକାରୀ ମହିଳା ମହାବିଦ୍ୟାଳୟରେ ସଚେତନଧର୍ମୀ ଶୋଭାଯାତ୍ରା


ଜୟପୁର, ୧୬ ମାର୍ଚ୍ଚ (ହି.ସ.)- ସରକାରୀ ମହିଳା ମହାବିଦ୍ୟାଳୟ ତରଫରୁ ଜଳର ସଞ୍ଚୟ ଓ ସଦ୍ ବିନିଯୋଗ ନିମନ୍ତେ ' ଜଳ ହିଁ ଜୀବନ' ସଚେତନଧର୍ମୀ ଶୋଭାଯାତ୍ରାର ଅନୁଷ୍ଠିତ ହୋଇଯାଇଛି। ଯୁକ୍ତ ତିନି ଜାତୀୟ ସେବା ଯୋଜନା ପକ୍ଷରୁ ଏହି ଶୋଭାଯାତ୍ରାଟି ଅନୁଷ୍ଠିତ ହୋଇଥିଲା । ଏଥିରେ ସରକାରୀ ମହିଳା ମହାବିଦ୍ୟାଳୟର ଯୁକ୍ତ ଦୁଇ ଜାତୀୟ ସେବା ଯୋଜନା ଅଧିକାରୀ ସୀମା ମହାପାତ୍ର, ଯୁକ୍ତ ତିନି ଜାତୀୟ ସେବା ଯୋଜନା ଅଧିକାରୀ ସୁନୀତା କୁମାରୀ ପ୍ରଧାନ, ବିଦ୍ୟାଧର ମାଳି,ବର୍ଷା ରାଣୀ ନାୟକ, ସ୍ପନ୍ଦନ ରାଓ, ଦୀପକ କୁମାର ଦାସ, ରାଜେନ୍ଦ୍ର ରଣା, କାହ୍ନୁ ଚରଣ ବରଡ଼,ରୂପାଲି ନାଗ, ରୂପା ମିସ୍ତ୍ରୀ, ସତ୍ୟ ନାରାୟଣ କାଣ୍ଡ, ଭୀମସେନ ସୁନା, ବନ୍ଦନା ମହାରଣା, ସୁରଜ୍ ପାତ୍ର, ସନ୍ତୋଷ କୁମାର ପଟ୍ଟନାୟକ, ସୁକାନ୍ତି କୁମାରୀ ବେନୀୟା, ଅଜୟ ପାତ୍ର, ଅଭିପସା ମହାପାତ୍ର ସମେତ ଅଧ୍ୟାପକ ଅଧ୍ୟାପିକାମାନେ ଯୋଗଦେଇଥିଲେ ।

ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ସ୍ୱେଚ୍ଛାସେବୀ ଯୋଗଦେଇ ସ୍ଲୋଗାନ, ପୋଷ୍ଟର, ପ୍ରଚାର ପତ୍ର ମାଧ୍ୟମରେ ଲୋକମାନଙ୍କୁ ଜଳର ଅପଚୟ ନକରିବା ନିମନ୍ତେ ସଚେତନ କରିବା ସହ ବର୍ଷା ଜଳ ସଂରକ୍ଷଣ, ଜଳର ସଞ୍ଚୟ, ଆବଶ୍ୟକତା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇଛନ୍ତି । ସମସ୍ତଙ୍କ ସହଯୋଗରେ ଶୋଭାଯାତ୍ରାଟି ସଫଳ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande