
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା
ନୂଆଦିଲ୍ଲୀ/ଭୁବନେଶ୍ୱର, ୧୬ ମାର୍ଚ୍ଚ (ହି.ସ)- କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଆଜି ୨୪ଟି ମାନ୍ୟତାପ୍ରାପ୍ତ ଭାରତୀୟ ଭାଷାରେ ବାର୍ଷିକ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି। ୨୦୨୫ ମସିହା ପାଇଁ ୮ଟି କବିତା ସଂକଳନ, ୪ଟି ଉପନ୍ୟାସ, ୬ଟି କ୍ଷୁଦ୍ରଗଳ୍ପ ସଂକଳନ, ୨ଟି ପ୍ରବନ୍ଧ, ୧ଟି ସାହିତ୍ୟ ସମାଲୋଚନା, ଗୋଟିଏ ଆତ୍ମକଥା ଏବଂ ୨ଟି ସ୍ମୃତିକଥାକୁ ପୁରସ୍କାର ପାଇଁ ମନୋନିତ କରାଯାଇଛି।
ଓଡ଼ିଆ ଭାଷାରେ କବିତା ସଂକଳନ ‘ପାଦ ପୂରଣ’ ପାଇଁ ବିଶିଷ୍ଟ କବି, ଲେଖକ ତଥା ପ୍ରକାଶକ ଗିରିଜା କୁମାର ବଳିୟାରସିଂହ ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ମନୋନିତ ହୋଇଛନ୍ତି। ଆସନ୍ତା ୩୧ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସମାରୋହରେ ମନୋନିତ ସାହିତ୍ୟିକମାନଙ୍କୁ ପୁରସ୍କାର ଦିଆଯିବ। ପୁରସ୍କାର ବାବଦରେ ପ୍ରତ୍ୟେକ ବିଜେତାଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି, ତାମ୍ର ଫଳକ ଏବଂ ଚଦର ପ୍ରଦାନ କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା