
ଭୁବନେଶ୍ୱର, ୧୬ ମାର୍ଚ୍ଚ (ହି.ସ)- ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ , ସୁଜିତ୍ କୁମାର ଓ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି।
ଏକ୍ସରେ କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଆମ ଦଳର ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ , ସାଂସଦ ଶ୍ରୀ ସୁଜିତ କୁମାର ଏବଂ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିବା ଶ୍ରୀ
ଦିଲ୍ଲୀପ ରାୟଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ଆପଣଙ୍କର ଏହି ବିଜୟ ଓଡ଼ିଶାବାସୀଙ୍କ ଆଶା ଓ ଭରସାକୁ ପ୍ରତିଫଳିତ କରୁଛି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ “ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ” ଧାରାରେ ଓଡ଼ିଶାର ସ୍ୱାର୍ଥ ଓ ଅଧିକାର ସଂସଦରେ ସୁରକ୍ଷିତ ରହିବା ସହ ରାଜ୍ୟର ବିକାଶ ପ୍ରକ୍ରିୟା ଆହୁରି ତ୍ୱରାନ୍ୱିତ ହେବ । ସମସ୍ତଙ୍କର ସଫଳ କାର୍ଯ୍ୟକାଳ ପାଇଁ ମୋର ଶୁଭେଚ୍ଛା।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା