ସ୍କୁଟି ଅଟକାଇ ୬୦ ଗ୍ରାମ ସୁନା ଅଳଙ୍କାର ସମେତ ୧ ଲକ୍ଷ ୪୪ ହଜାର ଟଙ୍କା ଝାମ୍ପି ନେଲେ ଦୁର୍ବୁଦ।
ଖୋର୍ଦ୍ଧା, ୧୨ ମାର୍ଚ୍ଚ (ହି.ସ.)- ବାଲୁଗାଁ ଇଞ୍ଜନପୁର ଛକରେ ଗୁରୁବାର ଏକ ବଡ଼ ଧରଣର ଳୁଟ ହୋଇଛି। ୩ ଜଣ ଦୁବୃର୍ତ୍ତ ଜଣେ ସ୍କୁଟି ଚାଳକଙ୍କୁ ଅଟକାଇ ସ୍କୁଟି ଡିକିରେ ଥିବା ୬୦ ଗ୍ରାମ ସୁନା ଅଳଙ୍କାର ସମେତ ୧ ଲକ୍ଷ ୪୪ ହଜାର ଟଙ୍କା ଝାମ୍ପି ନେଇ ଘଟଣାସ୍ଥଳରୁ ଫେରାର ଯାଇଛନ୍ତି। ସୂଚନା ମୁତାବକ,
ସ୍କୁଟି ଅଟକାଇ ୬୦ ଗ୍ରାମ ସୁନା ଅଳଙ୍କାର ସମେତ ୧ ଲକ୍ଷ ୪୪ ହଜାର ଟଙ୍କା ଝାମ୍ପି ନେଲେ ଦୁର୍ବୁଦ।


ଖୋର୍ଦ୍ଧା, ୧୨ ମାର୍ଚ୍ଚ (ହି.ସ.)- ବାଲୁଗାଁ ଇଞ୍ଜନପୁର ଛକରେ ଗୁରୁବାର ଏକ ବଡ଼ ଧରଣର ଳୁଟ ହୋଇଛି। ୩ ଜଣ ଦୁବୃର୍ତ୍ତ ଜଣେ ସ୍କୁଟି ଚାଳକଙ୍କୁ ଅଟକାଇ ସ୍କୁଟି ଡିକିରେ ଥିବା ୬୦ ଗ୍ରାମ ସୁନା ଅଳଙ୍କାର ସମେତ ୧ ଲକ୍ଷ ୪୪ ହଜାର ଟଙ୍କା ଝାମ୍ପି ନେଇ ଘଟଣାସ୍ଥଳରୁ ଫେରାର ଯାଇଛନ୍ତି।

ସୂଚନା ମୁତାବକ, ଉକ୍ତ ସ୍କୁଟି ଚାଳକ ଜଣକ ବ୍ୟାଙ୍କରେ ନିଜର ବନ୍ଧକ ପଡିଥିବା ସୁନା ମୁକୁଳାଇ ଘରକୁ ଫେରୁଥିଲେ। ସେହି ସମୟରେ ୨ଟି ବାଇକ୍ ରେ ୩ ଜଣ ଦୁବୃର୍ତ୍ତ ପଛରୁ ଆସି ବାଇକ୍ ଚାଳକଙ୍କୁ ଅଟକାଇ ଥିଲେ। ଏପରିକି ଦୁର୍ବୁତମାନେ ଟଙ୍କା ପଡ଼ିଯାଇଥିବା କହି ୬୦ ଗ୍ରାମ ଓଜନର ସୁନା ଅଳଙ୍କାର ସହ ୧ ଲକ୍ଷ ୪୪ ହଜାର ଟଙ୍କା ଲୁଟି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଅଭିଯୋଗକୁ ଭିତ୍ତି କରି ବାଲୁଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି। ହେଲେ ଦୁବୃର୍ତ୍ତମାନଙ୍କ ଟେର ପାଇପାରିନାହିଁ ପୋଲିସ ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande