ବୁର୍ଲାରେ ଅବୈଧ ଗ୍ୟାସ ସିଲିଣ୍ଡର ଚାଲାଣ : ୧୬୧ ସିଲିଣ୍ଡର ଜବତ, ଜଣେ ଗିରଫ

ସମ୍ବଲପୁର, ୧୨, ମାର୍ଚ୍ଚ (ହି.ସ.)

ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ପୋଲିସ ଅବୈଧ ଗ୍ୟାସ ସିଲିଣ୍ଡର ପରିବହନ ଘଟଣାରେ ଜଣେ ଯୁବକକୁ ଗିରଫ କରିଛି । ଏଥିସହ ଗିରଫ ଅଭିଯୁକ୍ତ ନିକଟରୁ ୧୬୧ଟି ଗ୍ୟାସ ଭର୍ତ୍ତି ସିଲିଣ୍ଡର ଜବତ କରିଥିବା ଜଣାପଡିଛି। ଏ ସମ୍ପର୍କରେ ବୁର୍ଲା ଥାନାରେ ୧୨୬/ ୨୬ରେ ପୋଲିସ ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି । ପୋଲିସର ସୂଚନା ଅନୁଯାୟୀ ମାର୍ଚ୍ଚ ୧୨ ତାରିଖ ସକାଳ ପ୍ରାୟ ୮ଟା ସମୟରେ ବୁର୍ଲା ଥାନାର ଏଏସଆଇ ଚକମନ ରଣା ଓ ପୋଲିସ ଟିମ୍ ଦିନ ପହରା ଦେଉଥିବା ବେଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ରୋଡ୍ରେ ଥିବା ମେଟାକାନି ଢାବା ନିକଟରେ ଓଡି ୧୫ କ୍ୟୁ ୦୧୫୯ ନମ୍ବରର ଏକ ବୋଲେରୋ ପିକ୍ଅପ୍ ଭ୍ୟାନ୍ ଓ ଲଟି ପଡ଼ିଥିବା ସୂଚନା ପାଇଥିଲେ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦେଖିଥିଲା ଯେ ଗାଡ଼ିଟିରେ ଭର୍ତ୍ତି ଅବସ୍ଥାରେ ଭାରତ ଗ୍ୟାସର ୧୪ କେଜିର ୬୨ଟି ସିଲିଣ୍ଡର ରହିଥିଲା। ପଚରା ଉଚରା ବେଳେ ୨୭ ବର୍ଷିୟ ଅଭିଯୁକ୍ତ ମନ୍ଥନ ପ୍ରସାଦ ମହାତୋ, ବୁର୍ଲା ମାର୍କେଟ୍ର ବାସିନ୍ଦା, ନିଜେ ଗ୍ୟାସ ବ୍ୟବସାୟ କରୁଥିବା ଏବଂ ବୁର୍ଲା ଅଟାଚକି ପଡାରେ ଗୋଦାମ ଥିବା କହିଥିଲା। ପରବର୍ତ୍ତୀ ତଦନ୍ତରେ ପୋଲିସ ଅଭିଯୁକ୍ତ ନିକଟରୁ ଏକ ବୋଲେରୋ ପିକ୍ଅପ୍ ଭ୍ୟାନ୍, ୬୨ଟି ଭର୍ତ୍ତି ଭାରତ ଗ୍ୟାସ ସିଲିଣ୍ଡର, ୬୦ଟି ଖାଲି ଏଚପି ଗ୍ୟାସ ସିଲିଣ୍ଡର ଏବଂ ୩୯ଟି ଖାଲି ଇଣ୍ଡେନ୍ ଗ୍ୟାସ୍ ସିଲିଣ୍ଡର ମୋଟ ୧୬୧ଟି ସିଲିଣ୍ଡର ଜବତ କରିଥିଲା। ଏହି ଘଟଣାରେ ଅଭିଯୁକ୍ତ ମନ୍ଥନ ପ୍ରସାଦ ମହାତୋକୁ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ବୁର୍ଲା ଥାନା ସୂତ୍ରରୁ ପ୍ରକାଶ ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande