
ଭୁବନେଶ୍ୱର,୧୨ ମାର୍ଚ୍ଚ (ହିସ) - ରାଜ୍ୟସଭା ନିର୍ବାଚନରେ ବିଜେଡି ସହିତ ହାତ ମିଶାଇବା କଂଗ୍ରେସର ଭୁଲ ପଦକ୍ଷେପ ବୋଲି କହିଛନ୍ତି ବରିଷ୍ଠ ରାଜନେତା ମହମ୍ମଦ ମୋକିମ୍। ସେ କହିଛନ୍ତି ଯେ ବିଜେଡି ସହ ହାତ ମିଶାଇବା କଂଗ୍ରେସ ପାଇଁ ବଡ଼ କ୍ଷତିକାରକ। ମୋ ବିଚାରରେ ଏହା ବହୁତ ବଡ଼ ଭୁଲ୍ । ୨୪ ବର୍ଷ କାଳ ବିଜେଡି କଂଗ୍ରେସକୁ ଦରମଲା କରିଛି। କଂଗ୍ରେସ କର୍ମୀଙ୍କୁ ଜେଲ୍ ରେ ପୂରାଇଛି, ତା ସହ ହାତ ମିଶାଇବା ବଡ଼ ଭୁଲ୍। ନିଜ ବିଧାୟକଙ୍କ ଉପରେ ଉଭୟ ମୁଖିଆଙ୍କ ବିଶ୍ୱାସ ଓ ଭରସା ନାହିଁ। ସେଥିପାଇଁ ବିଜେଡି ଓ କଂଗ୍ରେସ ହ୍ୱିପ୍ ଜାରି କରିଛନ୍ତି। ଏବେଠୁ କେଉଁ ବିଧାୟକଙ୍କ ଦେହ ଖରାପ ହେଲାଣି। ୧୬ ତାରିଖକୁ ଅପେକ୍ଷା କରନ୍ତୁ। ଅନ୍ୟ ଏକ ପ୍ରଶ୍ନରେ ସେ କହିଛନ୍ତି ମୋ ଝିଅ ସୋଫିଆ ତା ଦଳର ନିଷ୍ପତି ଅନୁଯାୟୀ ରାଜ୍ୟସଭା ଭୋଟ୍ ଦେବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା