ବାଲିମେଳା କଳିଙ୍ଗ ବୈଶ୍ୟ ସଙ୍ଘ ତରଫରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ
ମାଲକାନଗିରି , ୧୨ ମାର୍ଚ୍ଚ (ହି.ସ.) - ମାଲକାନଗିରି ଜିଲ୍ଲା ବାଲିମେଳାର ନିଳା ଦ୍ରୀନଗର ନିକଟରେ ଥିବା ସରଲୁକୋଣ୍ଡା ବ୍ୟାରେଜ ଠାରେ ବାଲିମେଳା କଳିଙ୍ଗ ବୈଶ୍ୟ ସଙ୍ଘ ତରଫରୁ ଆଜି ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଳିଙ୍ଗ ବୈଶ୍ୟର ମିଗ୍ ଅଂଚଳ କୁହାଯାଉଥିବା ୮ଟି ସଂଘର ସମସ୍ତ ସଦ
ବାଲିମେଳା କଳିଙ୍ଗ ବୈଶ୍ୟ ସଙ୍ଘ ତରଫରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ।


ମାଲକାନଗିରି , ୧୨ ମାର୍ଚ୍ଚ (ହି.ସ.) - ମାଲକାନଗିରି ଜିଲ୍ଲା ବାଲିମେଳାର ନିଳା ଦ୍ରୀନଗର ନିକଟରେ ଥିବା ସରଲୁକୋଣ୍ଡା ବ୍ୟାରେଜ ଠାରେ ବାଲିମେଳା କଳିଙ୍ଗ ବୈଶ୍ୟ ସଙ୍ଘ ତରଫରୁ ଆଜି ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଳିଙ୍ଗ ବୈଶ୍ୟର ମିଗ୍ ଅଂଚଳ କୁହାଯାଉଥିବା ୮ଟି ସଂଘର ସମସ୍ତ ସଦସ୍ୟ ସଦସ୍ୟା ମାନେ ଯୋଗ ଦେଇଥିଲେ ଯଥା: ଦାମନଯୋଡି, ସେମିଳିଗୁଡା, ଜୟପୁର, କାଲିମେଳା, ବୈପାରୀଗୁଡା, ସୁନାବେଡା, ଲମତାପୁଟ ଓ ବାଲିମେଳା ଯୋଗ ଦେଇଥିଲେ। ବାଲିମେଳା କଳିଙ୍ଗ ବୈଶ୍ୟ ସଙ୍ଘର ସଭାପତି ସିମାଦ୍ରି ଶ୍ରୀପତି ପୃଷ୍ଟି, ସଂପାଦକ ବି ବସନ୍ତ ପାତ୍ର, କୋଷାଧ୍ୟକ୍ଷ ଟି ନାଗେଶ୍ୱର ପାତ୍ର ଓ ଅନ୍ୟ ସଦସ୍ୟ ମାନେ ଏହି ଆୟୋଜନ କରିଥିଲେ । ମିଗ୍ ଅଂଚଳରୁ ଆସିଥିବା ଅଂଚଳ ସଭାପତି ଚିନାରି ରବି ନାରାୟଣ ପାତ୍ର, ଉପସଭାପତି ଟି ବିରଂଚି ନାରାୟଣ ପାତ୍ର, ସଂପାଦକ ଚିନାରୀ ଟୁନା ପାତ୍ର, ଉପ ସଂପାଦକ ପି ସନ୍ତୋଷ କୁମାର ପାତ୍ର, କୋଷାଧ୍ୟକ୍ଷ ଯାମି ଟୁନା ପାତ୍ର ସମେତ ମହିଳା ସଂଘର ଅଂଚଳ ସଭାପତି ଚିନାରି ଗୀତାଞ୍ଜଳି ପାତ୍ର ଓ ସଂପାଦକ ରିଙ୍କି ସେନାପତି ସମେତ ଆସିଥିବା ୮ଟି ପେଣ୍ଠର ସଭାପତି ବା ପୃଷ୍ଟି, ସଂପାଦକ, ବୟୋଜ୍ୟେଷ୍ଠ ଓ ଅନ୍ୟାନ୍ୟ ସଦସ୍ୟ ମାନଙ୍କୁ ଉତରୀୟ ଓ ଫୁଲ ଗୁଛା ଦେଇ ସ୍ୱାଗତ କରିବା ପରେ କଳିଙ୍ଗ ବୈଶ୍ୟର କୁଳଦେବି ମା ଶ୍ରୀ ଶ୍ରୀ କନ୍ୟକା ପରମେଶ୍ୱରିଙ୍କୁ ପୁଷ୍ପ ଅର୍ପଣ କରି, ନିରବ ପ୍ରାର୍ଥନା ପରେ ଅତିଥି ମାନେ ନିଜ ନିଜ ଆସନ ଗ୍ରହଣ କରିଥିଲେ। ଏହା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ସଭାରେ ବୈଶ୍ୟ ଜାତିର ଉନ୍ନତି, ସଙ୍ଘର ଉନ୍ନତି, ପରସ୍ପର ମଧ୍ୟରେ ଏକାଠି ହୋଇ ରହିବା, ଏପରି ଅନେକ ସମସ୍ୟା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ବର୍ତମାନ ସମୟରେ ବିବାହ ଯୋଗ୍ୟ ହୋଇଥିବା ପୁଅ କିମ୍ୱା ଝିଅ ମାନଙ୍କ ପାଇଁ ଉପଯୁକ୍ତ ବର କନ୍ୟା ନେଇ ବିଶେଷ ଆଲୋଚନା ହୋଇଥିଲା। ବାଲିମେଳା କଳିଙ୍ଗ ବୈଶ୍ୟର ସଂଘର ସମସ୍ତ ସଦସ୍ୟ ଓ ସଦସ୍ୟା ମାନଙ୍କୁ ନେଇ ମହିଳା ସଂଘ ଓ ଯୁବକ ସଂଘର ନିର୍ବାଚନ ହୋଇଥିଲା। ଏଥିରେ ଯୁବକ ସଂଘର ସଭାପତି ଭାବେ ବି ଅରୁଣ କୁମାର ପାତ୍ର, ସଂପାଦକ ଟି ସତ୍ୟ ନାରାୟଣ ପାତ୍ର ଓ କୋଷାଧ୍ୟକ୍ଷ ଭାବେ ଏସ ସନ୍ତୋଷ ପାତ୍ର ନିର୍ବାଚିତ ହୋଇଥିବା ବେଳେ ମହିଳା ସଂଘର ସଭାନେତ୍ରୀ ବି ତାରାବାଇ ପାତ୍ର, ସଂପାଦକ ଡି ସନ୍ତୋଷି ପାତ୍ର ଓ କୋଷାଧ୍ୟକ୍ଷ ଭାବେ ପି ବୈଜନ୍ତି ପାତ୍ର ନିର୍ବାଚିତ ହୋଇଥିଲେ। ସମସ୍ତ ନବ ନିର୍ବାଚିତ ସଦସ୍ୟ ଓ ସଦସ୍ୟା ମାନଙ୍କୁ ଉତରୀୟ ଦେଇ ସମ୍ମାନିତ କରାଯାଇଥିଲା। ଏହାପରେ ନାଚ ଗୀତ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ସବୁ ଆରମ୍ଭ ହୋଇଥିଲା!ଶେଷରେ ମିଗ୍ ଅଂଚଳରୁ ଆସିଥିବା ସମସ୍ତ ଅତିଥି ମାନଙ୍କୁ ବାଲିମେଳା କଳିଙ୍ଗ ବୈଶ୍ୟ ତର ଫରୁ ଧନ୍ୟବାଦ୍ ଜଣାଇବା ସହ ପ୍ରସାଦ ସେବନ ପରେ ସଭାଭଙ୍ଗ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande