
କେନ୍ଦୁଝର, ୧୨ ମାର୍ଚ୍ଚ (ହି.ସ.) - କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତରେ ମୋଟର ସାଇକେଲ ଆରୋହୀଙ୍କ ହାଇୱା ଧକ୍କାରେ ମୃତ୍ୟୁ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ରରେ ଦିନକୁ ଦିନ ବୃଦ୍ଧି ପାଉଛି ସଡ଼କ ଦୁର୍ଘଟଣା। କେନ୍ଦୁଝର ଜିଲ୍ଲା ଯୋଡାଥାନା ଅନ୍ତର୍ଗତ ଯୋଡାଠାରୁ ବାମେବାରୀ ଯାଇଥିବା ରାସ୍ତା ବାଂଶପାଣି ଛକ ନିକଟରେ ଓଡ଼ି- ୦୯ପି – ୨୮୬୫ ନମ୍ବର୍ ବିଶିଷ୍ଟ ଏକ ହାଇୱା ଟ୍ରକ ଯାଉଥିବା ବେଳେ ରାସ୍ତାର ବାମପାର୍ଶ୍ୱରେ ଏକ ବାଇକ୍ ଆରୋହୀ ଯାଉଥିଲେ ଟ୍ରକଟି ତାଙ୍କୁ ଧକ୍କା ଦେଇ ଘୋଷାରି ନେଇ ଯାଇଥିଲା, ଯାହାଫଳରେ ବାଇକ୍ ଆରହୀ ଟ୍ରକ ଚକା ତଳେ ଚାପିହୋଇ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ନେଇ ସୂଚନା । ଖବର ପାଇ ଯୋଡ଼ା ପୋଲିସ ଓ ଅଗ୍ନିଶମ ବାହୀନି ଘଟଣା ସ୍ଥଳରେ ପହଂଚି ପ୍ରାୟ ଏକ ଘଂଟା କସରତ କରି ଟ୍ରକ ତଳୁ ମୃତ ବ୍ୟକ୍ତିକୁ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ପଠାଇଥିବା ନେଇ ସୂଚନା। ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନଥିବା ବେଳେ ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ଟ୍ରକ୍ ଚାଳକ ଚମ୍ପଟ ହୋଇଯାଇଛି, ଯୋଡ଼ା ପୋଲିସ୍ ଦୁର୍ଘଟଣା ଘଟାଇଥିବା ଟ୍ରକ୍ କୁ ଜବତ୍ କରି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଛି ଯୋଡ଼ା ପୋଲିସ୍।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA