
ବଲାଙ୍ଗିର ୧୨ ମାର୍ଚ୍ଚ ( ହି.ସ.) - ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭାର ଏକ ସାଧାରଣ ବୈଠକ ସଭାପତି ପ୍ରାଣ ବଲ୍ଲଭ ତ୍ରିପାଠିଙ୍କ ସଭାପତିତ୍ୱ ରେ ଶ୍ରୀନୃସିଂହ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଅଛି । ସମ୍ପାଦକ ନରେନ୍ଦ୍ର କୁମାର ଆଚାର୍ଯ୍ୟ ପୂର୍ବ ବୈଠକର ବିବରଣୀ ପଠନ କରିଥିଲେ ତାହା ସର୍ବସମ୍ମତିକ୍ରମେ ଅନୁମୋଦନ ଲାଭ କରିଥିଲା । ଆଗାମୀ ତା.୧୬.୦୩.୨୦୨୬ ରେ ଅନୁଷ୍ଠିତ ହେବାକୁ ଥିବା ନିଶୁଳ୍କ ସାମୁହିକ ବ୍ରତ ଉପରେ ସବିସ୍ତୃତ ଆଲୋଚନା ହୋଇ ସହରର ବିଭିନ୍ନ ସମାଜ ବର୍ଗ ଓ ବିଶିଷ୍ଠ ବ୍ୟକ୍ତି ବିଶେଷଙ୍କୁ ଏହି ପବିତ୍ର କାର୍ଯ୍ୟରେ ସାମିଲ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ବ୍ରତ କାର୍ଯ୍ୟ ସୁରୁଖୁରୁ ରେ ସମ୍ପାଦିତ କରିବା ପାଇଁ ବିଭିନ୍ନ କମିଟି ଗୁଡିକ ଗଠନ କରାଯାଇଥିଲା । ବର୍ତାନ ପର୍ଯ୍ୟନ୍ତ ହସ୍ତଗତ ତଥ୍ୟ ଅନୁସାରେ ପ୍ରାୟ ୧୫ ଜଣ ବଟୁଧାରୀଙ୍କର ସାମୁହିକ ବ୍ରତରେ ସାମିଲ ହେବାର ସୂଚନା ମିଳିଅଛି । ବଲାଙ୍ଗିର ଜିଲ୍ଲା ବୈଦିକ କର୍ମକାଣ୍ଡି ପଣ୍ଡିତ ମହାସଂଘ ସମ୍ପୁର୍ଣ୍ଣ ବ୍ରତ କାର୍ଯ୍ୟ ସମ୍ପାଦନ କରିବା ପାଇଁ ସ୍ୱଇଚ୍ଛାରେ ମତପ୍ରକାଶ କରିଛନ୍ତି । ଏପରି ମହାନ କାର୍ଯ୍ୟ ସମ୍ପାଦନ ପାଇଁ ଜିଲ୍ଲ ବ୍ରାହ୍ମଣ ମହାସଭା ତରଫରୁ କୃତଜ୍ଞତା ପ୍ରକାଶ କରାଯାଇଅଛି । ଆସନ୍ତା ପର୍ଶୁରାମ ଜୟନ୍ତି ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରି କିପରି ଏକ ବିରାଟ ସମାବେଶ କରାଯାଇ ଭଗବାନ ଶ୍ରୀ ପର୍ଶୁରାମ ମୁର୍ତି ସ୍ଥାପନ ଓ ଉଦ୍ଘାଟନ କରାଯିବ, ସେ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା। ସମ୍ପାଦକ ଙ୍କ ସୂଚନା ମୁତାବକ ଜିଲ୍ଲା ପ୍ରଶାସନ ଓ ବଲାଙ୍ଗିର ପୌର ପରିଷଦ ର ଆକୁଣ୍ଠ ସହଯୋଗ କୁ ମଧ୍ୟ ଭୁୟସୀ ପ୍ରଶଂସା କରାଯାଇଥିଲା । ଉପରୋକ୍ତ ବୈଠକରେ ବହୁ ସଂଖ୍ୟାରେ ସଭ୍ୟ/ ସଭ୍ୟା ଯୋଗଦାନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ