ଗ୍ୟାସ୍ ଏଜେନ୍ସିରେ ଅସମ୍ଭାଳ ଭିଡ
ଜୟପୁର, ୧୨ ମାର୍ଚ୍ଚ (ହି.ସ.)-ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ ରନ୍ଧନ ଗ୍ୟାସ ଉପରେ ପଡ଼ିଛି । କୋରାପୁଟ ଜିଲା ଜୟପୁର ସହରରେ ରନ୍ଧନ ଗ୍ୟାସର ଅଭାବ ଦେଖାଦେଇଛି । ଗ୍ରାହକମାନେ ଗ୍ୟାସ୍ ଏଜେନ୍ସିଙ୍କ ଆଗରେ ଘଣ୍ଟା ଘଣ୍ଟା ଭିଡ଼ ଲଗାଇ ନିରାଶ ହୋଇ ଫେରିଛନ୍ତି । ଅନେକ ଏଜେନ୍ସି ଆଗରେ ପ୍ରବଳ ଗଣ୍ଡଗୋଳ ବି ହ
ଗ୍ୟାସ୍ ଏଜେନ୍ସିରେ ଅସମ୍ଭାଳ ଭିଡ


ଜୟପୁର, ୧୨ ମାର୍ଚ୍ଚ (ହି.ସ.)-ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ ରନ୍ଧନ ଗ୍ୟାସ ଉପରେ ପଡ଼ିଛି । କୋରାପୁଟ ଜିଲା ଜୟପୁର ସହରରେ ରନ୍ଧନ ଗ୍ୟାସର ଅଭାବ ଦେଖାଦେଇଛି । ଗ୍ରାହକମାନେ ଗ୍ୟାସ୍ ଏଜେନ୍ସିଙ୍କ ଆଗରେ ଘଣ୍ଟା ଘଣ୍ଟା ଭିଡ଼ ଲଗାଇ ନିରାଶ ହୋଇ ଫେରିଛନ୍ତି । ଅନେକ ଏଜେନ୍ସି ଆଗରେ ପ୍ରବଳ ଗଣ୍ଡଗୋଳ ବି ହୋଇଛି । ଆଗୁଆ ବୁକିଂ କରିଥିଲେ ବି କାହିଁକି ଗ୍ୟାସ

ମିଳୁନି ବୋଲି ପ୍ରଶ୍ନ କରିଛନ୍ତି । ସେପଟେ ଆଜି ଦିନତମାମ ଚେଷ୍ଟା କରି ବି ଗ୍ରାହକମାନେ ନୂଆ ଗ୍ୟାସ ବୁକିଂ କରିପାରିନାହାନ୍ତି । ଯୁଦ୍ଧ ପରିସ୍ଥିତିରେ ଏଭଳି ସମସ୍ୟା ଗ୍ରାହକଙ୍କୁ ଏକ ଅସ୍ଥିର ପରିସ୍ଥିତିରେ ରଖିଛି । ଯେହେତୁ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଛି ଏବଂ ଏଲ୍ପିଜି ମିଳିବନି ବୋଲି ଚର୍ଚ୍ଚା ଜୋର ଧରିଛି, ଏଥିପାଇଁ ଗ୍ରାହକମାନେ ଆଗୁଆ ଗ୍ୟାସ ବୁକିଂ କରିବାରେ ଲାଗି ପଡ଼ିଛନ୍ତି । ପୂର୍ବରୁ ବୁକିଂର ଦିନେ ଦୁଇଦିନ ଭିତରେ ଗ୍ୟାସ ଘରେ ପହଞ୍ଚି ଯାଉଥିଲା । କିନ୍ତୁ କିଛିଦିନ ହେବ ଗ୍ରାହକଙ୍କ ଘରେ ଗ୍ୟାସ ପହଞ୍ଚୁନି । ବୁକିଂର ସପ୍ତାହେ ପରେ ବି ଗ୍ରାହକଙ୍କୁ ଏଜେନ୍ସିମାନେ ଗ୍ୟାସ ଦେଉନାହାନ୍ତି । ଏଣୁ ପୂର୍ବରୁ ବୁକିଂ କରିଥିବା ଗ୍ରାହକମାନେ ଆଜି ଏଜେନ୍ସିଙ୍କ ଆଗରେ ଭିଡ଼ ଲଗାଇଥିଲେ । ଚାହୁଁଚାହୁଁ ପ୍ରାୟ ସବୁ ଏଜେନ୍ସିଙ୍କ ଆଗରେ ଅସମ୍ଭାଳ ଭିଡ଼ ପରିସ୍ଥିତି ଉପୁଜିଥିଲା । ପୂର୍ବରୁ ଗୋଟିଏ ଗ୍ୟାସ ବୁକିଂର ଦିନେ ଦୁଇଦିନ ଭିତରେ ବୁକିଂ କଲେ ବି ଯେଉଁ ଏଜେନ୍ସିମାନେ ଗ୍ୟାସ ଦେଇ ଦେଉଥିଲେ, ସେମାନେ ଯୁଦ୍ଧ ପରିସ୍ଥିତିର ଫାଇଦା ଉଠାଉଛନ୍ତି । ୨୫ ଦିନିଆ ନିୟମର ଆଳ ଦେଖାଇ ଗ୍ରାହକଙ୍କୁ ଆଉ ଗ୍ୟାସ ଦେଉନାହାନ୍ତି । ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ଗ୍ୟାସ ଉପରେ ପଡ଼ିନି । ଓଡ଼ିଶାରେ ଅଦ୍ୟାବଧି ଗ୍ୟାସ ବିତରଣରେ କୌଣସି ସମସ୍ୟା ନାହିଁ ବୋଲି ଅଧିକାରି ମାନେ କହୁଥିବା ବେଳେ ଯଥେଷ୍ଟ ଗ୍ୟାସ ମହଜୁଦ ରହିଛି ଓ ସେହି ଅନୁସାରେ ଯୋଗାଣ ଚାଲିଛି । ଯଦି କେଉଁ ଏଜେନ୍ସିରେ ସେଭଳି କିଛି ସମସ୍ୟା ରହୁଛି, ଗ୍ରାହକଙ୍କୁ ହଇରାଣ କରାଯାଉଛି, ଅଭିଯୋଗ କଲେ ଆମେ କାର୍ଯ୍ୟାନୁଷ୍ଠାନ ନେବୁ । ନୂଆ ଗ୍ୟାସ୍ ସଂଯୋଗ

ଦେବାରେ ବି କୌଣସି କଟକଣା ଲଗାଯାଇନି । ଯେଉଁମାନେ ନୂଆ ସଂଯୋଗ ଦେଉନାହାନ୍ତି, ସେମାନଙ୍କ ସଂପର୍କରେ ଅଭିଯୋଗ ଆସିଲେ ଆମେ ପଦକ୍ଷେପ ନେବୁ । କିନ୍ତୁ ଏଠାରେ ନୂଆ ସଂଯୋଗ ମଧ୍ୟ ଦିଆଯାଉ ନାହିଁ । ରନ୍ଧନ ଗ୍ୟାସର କୌଣସି ଅଭାବ ନାହିଁ । ଅଯଥା ଗୁଜବ ଖେଳାଯାଉଛି । ଯେଉଁଥିପାଇଁ ଲୋକେ ବି ଅସୁବିଧାରେ ପଡ଼ୁଛନ୍ତି । ଏଭଳି ଗୁଜବରେ କେହି ବିଶ୍ୱାସ କରନ୍ତୁନି ବୋଲି ପ୍ରଶାସନ ତରଫରୁ କୁହାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande