ଅବରୋଧ କେନାଲକୁ ଖୋଳିବା ପାଇଁ ଦାବି
କେନ୍ଦ୍ରାପଡା, ୧୨ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ରାଜନଗର ତହସିଲ ଅନ୍ତର୍ଗତ ନଗଡ ରାଜସ୍ୱ ଗ୍ରାମ ପାଶ୍ୱର୍ରେ ବ୍ରାହ୍ମଣୀ ନଦୀ ଠାରୁ ବାହାରି ଥିବା କେନାଲକୁ ସ୍ଥାନୀୟ କିଛି ମୁଷ୍ଟିମେୟ ବ୍ୟକ୍ତି ଅବରୋଧ କରିଛନ୍ତି । ଏନେଇ ସ୍ଥାନୀୟ ଅଂଚଳର ଶହ ଶହ ଚାଷୀ ଓ ସାଧାରଣ ଜନତା ଅସୁବିଧାର ସମ୍ମୁଖୀ
ଅବରୋଧ କେନାଲକୁ ଖୋଳିବା ପାଇଁ ଦାବି


କେନ୍ଦ୍ରାପଡା, ୧୨ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ରାଜନଗର ତହସିଲ ଅନ୍ତର୍ଗତ ନଗଡ ରାଜସ୍ୱ ଗ୍ରାମ ପାଶ୍ୱର୍ରେ ବ୍ରାହ୍ମଣୀ ନଦୀ ଠାରୁ ବାହାରି ଥିବା କେନାଲକୁ ସ୍ଥାନୀୟ କିଛି ମୁଷ୍ଟିମେୟ ବ୍ୟକ୍ତି ଅବରୋଧ କରିଛନ୍ତି । ଏନେଇ ସ୍ଥାନୀୟ ଅଂଚଳର ଶହ ଶହ ଚାଷୀ ଓ ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି କେନାଲରୁ ଜଳ ଯିବା ଦ୍ୱାରା ନଗଡ, ସନ୍ଥପଡା, ଗୋବିନ୍ଦପୁର, ଦାଣ୍ଡି ଓ ମଦନପୁର ଦେଇ ପ୍ରସ୍ତାବିତ ହୋଇଅଛି । ବ୍ରାହ୍ମଣୀର ମିଠାପାଣି ଯୋଗୁଁ ଉକ୍ତ ରାଜସ୍ୱ ଗ୍ରାମର ହଜାର ହଜାର ଚାଷୀଙ୍କ ଚାଷ ଜମିକୁ ପାଣି ଯାଇଥାଏ । ଏହାଦ୍ୱାରା ଖରିଫ ଓ ରବି ଫସଲ ମଧ୍ୟ ସୁରୁଖୁରୁରେ ଉତ୍ପାଦନ କରୁଥାଉ । ଆହୁରି ମଧ୍ୟ କେନାଲ ପାଣିରେ ହଜାର ହଜାର ଜନ ସାଧାରଣ ଚଳ ପ୍ରଚଳ ହେବା ସହ ଗୃହପାଳିତ ପଶୁ ଏହି ଜଳ ପ୍ରବାହ ଉପରେ ନିର୍ଭର କରିଥାନ୍ତି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ, ନଗଡ ରାଜସ୍ୱ ଗ୍ରାମ ଠାରେ କିଛି ମୁଷ୍ଟିମେୟ ଓ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି କେନାଲକୁ ପୂର୍ଣମାତ୍ରାରେ ଅବରୋଧ କରିଛନ୍ତି । ଯାହା ଫଳରେ କେନାଲରେ ପାଣି ଯିବା ଆସିବା ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି । ଏହି କେନାଲରେ ଦଳ ଭର୍ତି ହେବା ଦ୍ୱାରା ପରିବେଶ ନଷ୍ଟ ହେବା ସହ ଦୁର୍ଗନ୍ଧ ହେଉଛି ।

ତୁରନ୍ତ ଏହାର ସ୍ଥାୟୀ ପ୍ରତିକାର କରିବା ସହ କେନାଲକୁ ଅବରୋଧ ମୁକ୍ତ କରିବା ପାଇଁ ଦିଲିପ କୁମାର ସିହ, ଅରବିନ୍ଦ୍ର ପାତ୍ର, ଶରତ ରାଉତ, ଖତୁ ମଲିକ ପ୍ରମୁଖ ଉପସ୍ଥିତ ହୋଇ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande