
ସମ୍ବଲପୁର, ୧୨, ମାର୍ଚ୍ଚ (ହି.ସ.) ଭିଏତନାମର ହାନୋଇ ଠାରେ ୨ୟ ଥର ପାଇଁ ଅନୁଷ୍ଠିତ ଆନ୍ତର୍ଜାତୀୟ ଚିତ୍ରକଳା ଶିବିର ଓ ପ୍ରଦର୍ଶନୀ ରେ ଭାରତ ସହ ବିଶ୍ଵର ୧୨ଗୋଟି ପ୍ରମୁଖ ରାଷ୍ଟ୍ରର ୬୨ ଜଣ ବିଶିଷ୍ଟ ଚିତ୍ରଶିଳ୍ପୀ ଅଂଶଗ୍ରହଣ କରିଛନ୍ତି।ଏଥିରେ ଭାରତରୁ ୯ଜଣ ଚିତ୍ରଶିଳ୍ପୀ ଅଂଶଗ୍ରହଣ କରି ନିଜର ଚିତ୍ରକଳା ପ୍ରଦର୍ଶନ କରିଛନ୍ତି । ସମ୍ବଲପୁରରୁ ଦୁଇ ଯୁବ ଚିତ୍ରଶିଳ୍ପୀ ପ୍ରେମଚାନ୍ଦ ରାଉତ, ଅନିଲ କେରକେଟା ସହିତ ବାଲେଶ୍ବରରୁ ସୌମ୍ୟ ରଞ୍ଜନଙ୍କ ପାତ୍ର, ମୁକ୍ରିପଦ ନନ୍ଦି, କେନ୍ଦ୍ରାପଡ଼ାରୁ ପ୍ରଶନ୍ନ ସ୍ୱାଇଁ , ରାଷ୍ଟ୍ରପତି ପୁରଷ୍କାର ପ୍ରାପ୍ତ ଯୁବ ଶିଳ୍ପୀ ମାନସ କୁମାର ଦାସ କେନ୍ଦୁଝରରୁ, ଓଡ଼ିଶୀ ନୃତ୍ୟ ଶିଳ୍ପୀ କୁମାର ଭିମସେନ ପୁରୀରୁ ଓ ଲାଲ ସିଂ, ଧନି ରାମ ହିମାଚଳ ପ୍ରଦେଶରୁ ଅଂଶ ଗ୍ରହଣ କରିଛନ୍ତି ।
ସମ୍ବଲପୁର ପାଇଁ ଏହା ଗର୍ବ ଓ ଗୌରବ ପ୍ରଥମ ଥର ପାଇଁ ଯୁବ ଚିତ୍ର ଶିଳ୍ପୀ ଏହି ଆର୍ଟ ହେଣ୍ଡ-୨ ଶୀର୍ଷକ ଚିତ୍ରଶିଳ୍ପୀ କର୍ମଶାଳାରେ ଅଂଶଗ୍ରହଣ କରୁଥିବାରୁ ଗୌରବର ବିଷୟ । ଏହି ଯୁବ ଚିତ୍ରଶିଳ୍ପୀମାନେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ୪୦ ରୁ ଉର୍ଦ୍ଧ୍ୱ ଚିତ୍ରକଳା ଶିବିର ଓ ପ୍ରଦର୍ଶନୀରେ ସମ୍ବର୍ଦ୍ଧିତ ହୋଇଛନ୍ତି । ଓଡ଼ିଶାର କଳା ସଂସ୍କୃତି ଏବଂ ଦେଶ ଦେଶ ମଧ୍ୟରେ ଭାଇଚାରା ସୃଷ୍ଟି କରିବା ସହ ଓଡ଼ିଶାର ଜଗନ୍ନାଥ ସଂସ୍କୃତି ଓ ଇକୋ ଟୁରିଜମକୁ ଆଗକୁ ନେବା ମୂଳ ଲକ୍ଷ୍ୟ ବୋଲି କୃତି ପ୍ରତିଯୋଗୀ ଆଶା ଓ ବିଶ୍ୱାସ ପ୍ରକାଶ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ