
ଭୁବନେଶ୍ୱର,୧୨ ମାର୍ଚ୍ଚ (ହିସ) - ଆଇଏସ୍ ସ୍ତରରେ ଅଦଳବଦଳ ହୋଇଛି। ଅତିରିକ୍ତ ଏସଆରସି ମନୀଷ ଅଗ୍ରୱାଲ ସମବାୟ ସମିତି ରେଜିଷ୍ଟ୍ରାର ଭାବେ ନିଯୁକ୍ତ ହୋଇଛନ୍ତି। ସେହିପରି କ୍ଷୁଦ୍ର ଶିଳ୍ପ ନିଗମ ଏମ୍ଡି ହେଲେ ସ୍ମୃତିରଞ୍ଜନ ପ୍ରଧାନ। ସିଦ୍ଧାର୍ଥ ଦାସ ମତ୍ସ୍ୟ ସଂପଦ ନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି। ଟିଇ ଆଣ୍ଡ ଏସସିଇଆରଟିର ନିର୍ଦ୍ଦେଶକ ହେଲେ ମଧୁସ୍ମିତା ସାହୁ। ଉପମା କାଲୋଙ୍କୁ ଉତରାଂଚଳ ଆରଡିସି ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି। ସେହିଭଳି ଲିଲି କୁମାରୀ କୁଲୁ ସରକାରୀ ଉଦ୍ୟୋଗ ବିଭାଗର ଅତିରିକ୍ତ ଶାସନ ସଚିବ ହୋଇଛନ୍ତି। ସୋମେଶ ଉପାଧ୍ୟାୟ ବୟନ ଓ ହସ୍ତତନ୍ତ ଶିଳ୍ପ ନିର୍ଦ୍ଦେଶକ , ପ୍ରଥମେଶ ଅରବିନ୍ଦ ରାଜସିରକେ ମାଲକାନଗିରି ଜିଲ୍ଲାପାଳ ନିଯୁକ୍ତ ହୋଇଛନ୍ତି। ଏ . ଶଶ୍ୟା ରେଡୀ ବ୍ରହ୍ମପୁର ମ୍ୟୁନିସପାଲ କର୍ପୋରେସନ୍ କମିଶନର ଭାବେ ନିଯୁକ୍ତି ପାଇଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା