ଜୟପୁର ଉପଜିଲ୍ଲାପାଳଙ୍କୁ ବଦଳି
ଜୟପୁର, ୧୨ ମାର୍ଚ୍ଚ (ହି.ସ.)-କୋରାପୁଟ ଜିଲ୍ଲା ଜୟପୁର ଉପଜିଲ୍ଲାପାଳ ତଥା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଅକା ବରମ ଶଶ୍ୟା ରେଡ୍ଡିଙ୍କ ବଦଳି ହୋଇଛି l ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦୋନ୍ନୋତି ଦିଆଯାଇ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ଆଜି ପ୍ରକାଶ
ଜୟପୁର ଉପଜିଲ୍ଲାପାଳଙ୍କୁ ବଦଳୀ


ଜୟପୁର, ୧୨ ମାର୍ଚ୍ଚ (ହି.ସ.)-କୋରାପୁଟ ଜିଲ୍ଲା ଜୟପୁର ଉପଜିଲ୍ଲାପାଳ ତଥା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଅକା ବରମ ଶଶ୍ୟା ରେଡ୍ଡିଙ୍କ ବଦଳି ହୋଇଛି l ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦୋନ୍ନୋତି ଦିଆଯାଇ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ଆଜି ପ୍ରକାଶ କରାଯାଇ ରେଡ୍ଡିଙ୍କୁ ବ୍ରହ୍ମପୁର ମହାନଗର ନିଗମର କମିଶନର ତଥା ବ୍ରହ୍ମପୁର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ଭାବେ ନିଯୁକ୍ତି ଦିଆଯାଇଛି । ପ୍ରକାଶ ଯେ, ଉପଜିଲ୍ଲାପାଳ ଶଶ୍ୟା ରେଡ୍ଡି ଗତ ୨୦୨୪ ମସିହା ସେପ୍ଟେମ୍ବର ମାସରେ ଜୟପୁର ଉପଜିଲ୍ଲାପାଳ ଭାବେ ଯୋଗଦାନ କରିଥିଲେ । ଏହିପରି ଜୟପୁର ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟୀତ୍ବ ୨୦୨୪ ମସିହା ଅକ୍ଟୋବର ମାସରେ ଗ୍ରହଣ କରିଥିଲେ । ଦୀର୍ଘ ୧୮ ମାସ କାର୍ଯ୍ୟକାଳ ମଧ୍ୟରେ ଜୟପୁର ଉପଖଣ୍ଡ ଓ ପୌରସଂସ୍ଥାରେ ସଫଳତାର ସହିତ କାର୍ଯ୍ୟ କରିଵା ସହ ଅଂଚଳବାସୀଙ୍କ ନିକଟତର ହୋଇପାରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande