ମୋକିମଙ୍କ ଦଳରେ ମିଶିଲେ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ
ଭୁବନେଶ୍ୱର,୧୨ ମାର୍ଚ୍ଚ (ହିସ) - ଓଡ଼ିଶା ଜନତା କଂଗ୍ରେସ ପାର୍ଟି ଗଠନ ପୂର୍ବରୁ ଗୁରୁବାର ଦିନ ମହମ୍ମଦ ମୋକିମ୍ ଙ୍କ ଉପସ୍ଥିତିରେ ବଲାଙ୍ଗୀର ଏବଂ ଭୁବନେଶ୍ୱରରୁ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ଦଳରେ ସାମିଲ ହୋଇଛନ୍ତି। ଏନେଇ ବରିଷ୍ଠ ରାଜନେତା ମହମ୍ମଦ ମୋକିମ୍ କହିଛନ୍ତି ଆସନ୍ତା ଏପ୍ରିଲ ୮ ତାରିଖ
ମୋକିମଙ୍କ ଦଳରେ ମିଶିଲେ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ


ଭୁବନେଶ୍ୱର,୧୨ ମାର୍ଚ୍ଚ (ହିସ) - ଓଡ଼ିଶା ଜନତା କଂଗ୍ରେସ ପାର୍ଟି ଗଠନ ପୂର୍ବରୁ ଗୁରୁବାର ଦିନ ମହମ୍ମଦ ମୋକିମ୍ ଙ୍କ ଉପସ୍ଥିତିରେ ବଲାଙ୍ଗୀର ଏବଂ ଭୁବନେଶ୍ୱରରୁ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ଦଳରେ ସାମିଲ ହୋଇଛନ୍ତି। ଏନେଇ ବରିଷ୍ଠ ରାଜନେତା ମହମ୍ମଦ ମୋକିମ୍ କହିଛନ୍ତି ଆସନ୍ତା ଏପ୍ରିଲ ୮ ତାରିଖରେ ଭୁବନେଶ୍ୱର ଇଡକୋ ଗ୍ରାଉଣ୍ଡରେ ପାର୍ଟିର ମୂଳଦୁଆ ପଡ଼ିବ। ସେହିଦିନ ହଜାର ହଜାର ଲୋକ ସାମିଲ ହେବେ। ଓଡ଼ିଶାର ସାଧାରଣ ବ୍ୟକ୍ତିକୁ ଏହି ଦଳରେ ସ୍ୱିକୃତି ମିଳିବ । ପାର୍ଟି ଗଠନ ପୂର୍ବରୁ ବିଭିନ୍ନ ଜିଲ୍ଲାରେ ସମ୍ପର୍କ ଅଭିଯାନକୁ ଜୋରଦାର କରାଯିବ ବୋଲି କହିଛନ୍ତି ମହମ୍ମଦ ମୋକିମ୍। c

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande