ଏଲପିଜି, ପେଟ୍ରୋଲ ଓ ଡିଜେଲ ବିତରକ ମାନଙ୍କ ସହିତ ଜିଲ୍ଲାମାନଙ୍କ ଜରୁରୀ ବୈଠକ
ଭବାନୀପାଟଣା, ୧୨ ମାର୍ଚ୍ଚ (ହି.ସ.)- ଓଡ଼ିଶା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ବାନ ହଲ୍ ଠାରେ ଜିଲ୍ଲାପାଳ କଳାହାଣ୍ଡି, ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ଏଲପିଜି, ପେଟ୍ରୋଲ ଓ ଡିଜେଲ ବିତରକ ମାନଙ୍କ ସହ ଏକ ଜରୁରୀ ବୈଠକ ଅନୁଷ୍ଠ
ଏଲ ପି ଜି, ପେଟ୍ରୋଲ ଓ ଡିଜେଲ ବିତରକ ମାନଙ୍କ ସହିତ ଜିଲ୍ଲାମାନଙ୍କ ଜରୁରୀ ବୈଠକ


ଭବାନୀପାଟଣା, ୧୨ ମାର୍ଚ୍ଚ (ହି.ସ.)- ଓଡ଼ିଶା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ବାନ ହଲ୍ ଠାରେ ଜିଲ୍ଲାପାଳ କଳାହାଣ୍ଡି, ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ଏଲପିଜି, ପେଟ୍ରୋଲ ଓ ଡିଜେଲ ବିତରକ ମାନଙ୍କ ସହ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ରନ୍ଧନ ଗ୍ୟାସ, ପେଟ୍ରୋଲ, ଡିଜେଲର ନିରବଚ୍ଛିନ୍ନ ଯୋଗାଣ ଓ ସରକାରଙ୍କ ଦ୍ବାରା ସ୍ଥିରୀକୃତ ଦାମ ରେ ବିକ୍ରୟ ସମ୍ୱନ୍ଧ ରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ତୈଳ ଯୋଗାଣକାରୀ ସଂସ୍ଥାର ବିତରକ ଓ ଅଧିକାରୀ ମାନଙ୍କ ସହ ଯୋଗାଣ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଏହି ବୈଠକରେ ଜିଲ୍ଲାପାଳ ସମସ୍ତ ବିତରକ ମାନଙ୍କୁ ତାଗୀତ କରିବା ସହିତ କଲବଜାରୀ କରୁଥିବା ବ୍ୟକ୍ତିମାନଙ୍କୁ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଆଇନ -୧୯୫୫ ଅନୁଯାୟୀ ଦୃଢ଼ କାର୍ଯାନୁଷ୍ଠାନ ନେବାକୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ କଡା ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ଯୋଗାଣ ଅଧିକାରୀ, ଅଜୟ କୁମାର ମଲ୍ଲିକ ବୈଠକରେ ପ୍ରକାଶ କରିଥିଲେ ଯେ, ସାଧାରଣ ଜନତା ଏଥି ସମ୍ୱନ୍ଧୀୟ କୌଣସି ଅଭିଯୋଗକୁ ଜିଲ୍ଲା କଣ୍ଟ୍ରୋଲ ରୁମ ମୋବାଇଲ ନମ୍ବର ୯୪୩୮୨୦୦୦୪୫ ରେ ଯୋଗାଯୋଗ କରି ଅଭିଯୋଗ ଦାଖଲ କରିପାରିବେ । ଜିଲାରେ ଏଲପିଜି, ପେଟ୍ରୋଲ ଓ ଡିଜେଲ ତଦାରଖ ନିମନ୍ତେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଏକ କମିଟି ଏବଂ ତହସିଲଦାରଙ୍କ ଅଧ୍ୟକ୍ଷତାରେ ବ୍ଲକ ସ୍ତରୀୟ କମିଟି ଗଠନ କରାଯାଇଛି । ବ୍ଳକ ସ୍ତରୀୟ ଯୋଗାଣ ନିରୀକ୍ଷକମାନେ ଏ ସମ୍ବନ୍ଧରେ ସଜାଗ ରହିବା ସହିତ ନିଜର ଦାୟିତ୍ଵକୁ ଅଧିକ ଯତ୍ନବାନ୍ ହୋଇ ତୁଲାଇବା ପାଇଁ ଜିଲ୍ଲାପାଳ ବୈଠକରେ ନିର୍ଦ୍ଦେଶ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ


 rajesh pande