
ଭଦ୍ରକ, ୧୨ ମାର୍ଚ୍ଚ (ହି.ସ.) - ଭଦ୍ରକ ପୌରାଂଚଳ ଚରମ୍ପା ଅନ୍ତର୍ଗତ ଆର.ସି.ବି.ଏଲ୍. ସ୍କୁଲ ରୋଡ ନିକଟସ୍ଥ ଭଗବତୀ ମା’ ତାରିଣୀଙ୍କ ଅପାର କରୁଣା ଏବଂ ସମସ୍ତ ଭକ୍ତଜନଙ୍କ ସଦିଚ୍ଛାରେ ମା’ ତାରିଣୀ ପୂଜା କମିଟି ପକ୍ଷରୁ ମା’ ତାରିଣୀଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ଭକ୍ତିମୟ ପରିବେଶରେ ଯଥାବିଧି ଅନୁଷ୍ଠିତ ହୋଇଯାଇଛି । ଏହି ପବିତ୍ର ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦାନ କରି ମା’ଙ୍କ ଆଶୀର୍ବାଦ ଲାଭ କରିବା ସହିତ ସମଗ୍ର ବିଶ୍ୱରେ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଥିଲେ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ । ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ ନାୟକ ଏବଂ ଯୁବନେତା ବିକାଶ ଶ୍ରେଷ୍ଠାଙ୍କ ସହ ବହୁ ବରିଷ୍ଠ - ଯୁବ ନେତୃମଣ୍ଡଳୀ ଓ ଅଂଚଳବାସୀ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ