
ମାଲକାନଗିରି,୧୨ ମାର୍ଚ୍ଚ (ହି.ସ.) - ମାଲକାନଗିରି ଜିଲ୍ଲାର ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ବଦଳି ହୋଇ ଯାଇଛିା ସେ ମାଲକାନଗିରିରୁ ନିର୍ଦେଶକ, ବୟନଶିଳ୍ପ ଭାବେ ପଦୋନ୍ନତି ହୋଇ ବଦଳି ହୋଇଛନ୍ତିା ବର୍ତମାନ ତାଙ୍କ ସ୍ଥାନରେ ବ୍ରହ୍ମପୁର ମୁନିସିପାଲ୍ କର୍ପରେସନ କମିଶନର ପ୍ରଥମେଶ ଅରବିନ୍ଦ ରାଜସିର୍କେ ଜିଲ୍ଲାପାଳ ଭାବେ ମାଲକାନଗିରିରେ ଯୋଗ ଦେବେ । ଶ୍ରୀ ସିର୍କେ ୨୦୨୧ ବ୍ୟାଚର ବିଟେକ୍ ଛାତ୍ର ହୋଇଥିବା ବେଲେ ସେ ମହାରଷ୍ଟ୍ର କୋଲ୍ହାପୁର ଶୀବାଜି ୟୁନିଭର୍ସିଟିରେ ଇଞ୍ଜିନିୟରିଙ୍ଗ କରିଥିଲେ । ଏଥିସହ ସେ ବ୍ରହ୍ମପୁର ଉନ୍ନୟନ ଅଥରିଟିର ଉପାଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରୁଥିଲୋ ତେବେ ଶ୍ରୀ ଉପାଧ୍ୟାୟ ଜିଲ୍ଲାରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିବା ବେଳେ ଆଗାମୀ ଦିନରେ ଶ୍ରୀ ରାଜସିର୍କେ ମଧ୍ୟ ଜିଲ୍ଲା କୁ ବିକାଶ ଦିଗରେ ଆଗେଇ ନେବେ ବୋଲି ଆଶା ରହିଥିବା ବୁଦ୍ଧିଜୀବୀ ମାନେ ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ