କଂଗ୍ରେସ ବିଧାୟକମାନଙ୍କ ସହ ପିସିସି ସଭାପତିଙ୍କ ବୈଠକ
ଭୁବନେଶ୍ୱର,୧୨ ମାର୍ଚ୍ଚ (ହିସ) - ପିସିସି ସଭାପତି ଭକ୍ତ ଦାସଙ୍କର ଦଳୀୟ ବିଧାୟକମାନଙ୍କ ସହ ବିଧାନସଭା କଂଗ୍ରେସ ପ୍ରକୋଷ୍ଠରେ ବୈଠକ ଶେଷ ହୋଇଛି । ବୈଠକ ପରେ ଭକ୍ତ ଦାସ କହିଛନ୍ତି ଯେ ବିଜେପି ସୀମା ବାହାରେ ରାଜନୈତିକ ଅସଦାଚରଣ କଲାଣି। ଛେଳି ମେଣ୍ଢା କିଣିବା ପରି କାରବାର କରୁଛନ୍ତି। ବିଧାୟକମାନଙ୍କ
bhakta das


ଭୁବନେଶ୍ୱର,୧୨ ମାର୍ଚ୍ଚ (ହିସ) - ପିସିସି ସଭାପତି ଭକ୍ତ ଦାସଙ୍କର ଦଳୀୟ ବିଧାୟକମାନଙ୍କ ସହ ବିଧାନସଭା କଂଗ୍ରେସ ପ୍ରକୋଷ୍ଠରେ ବୈଠକ ଶେଷ ହୋଇଛି । ବୈଠକ ପରେ ଭକ୍ତ ଦାସ କହିଛନ୍ତି ଯେ ବିଜେପି ସୀମା ବାହାରେ ରାଜନୈତିକ ଅସଦାଚରଣ କଲାଣି। ଛେଳି ମେଣ୍ଢା କିଣିବା ପରି କାରବାର କରୁଛନ୍ତି। ବିଧାୟକମାନଙ୍କ ସମ୍ମାନ ଦୃଷ୍ଟିରୁ କଥା ହେବା କଥା। ହେଲେ ବେପାର କରିବା ପରି କାମ କରିବା କଥା ନୁହେଁ। ନିର୍ବାଚିତ ବିଧାୟକମାନଙ୍କ ସମ୍ମାନ ଅଛି। ଆମ ଦଳ ପ୍ରତି ସେମାନଙ୍କ ପ୍ରତିବଦ୍ଧତା ଅଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande