ପିତେଇପୁର ଉପ୍ରା ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷୟତ୍ରୀଙ୍କ ପରଲୋକ
ଭଦ୍ରକ, ୧୨ ମାର୍ଚ୍ଚ (ହି.ସ.) - ଏହି ଜିଲାର ଧାମନଗର ବ୍ଲକ ଶୋହଡା ପଂଚାୟତ ର ପିତେଇପୁର ସରକାରି ଉପ୍ରା ବିଦ୍ୟାଳୟ ର କାର୍ଯ୍ୟରତ ଶିକ୍ଷୟତ୍ରୀ ବାସନ୍ତୀ ଲତା ପରିଡା ( ୫୯) ର ମଙ୍ଗଳବାର ଦିନ ପରଲୋକ ଘଟିଛି । ସେ ଜଣେ ଛାତ୍ର ବତ୍ସଳ ଭାବରେ ସମସ୍ତ ଙ୍କ ର ହୃଦୟ ଜୟ କରିପାରିଥିଲେ । ତାଙ୍କର ଏହି ଅକାଳ ବ
PITEIPUR SCHOOL TEACHER DEATH


ଭଦ୍ରକ, ୧୨ ମାର୍ଚ୍ଚ (ହି.ସ.) - ଏହି ଜିଲାର ଧାମନଗର ବ୍ଲକ ଶୋହଡା ପଂଚାୟତ ର ପିତେଇପୁର ସରକାରି ଉପ୍ରା ବିଦ୍ୟାଳୟ ର କାର୍ଯ୍ୟରତ ଶିକ୍ଷୟତ୍ରୀ ବାସନ୍ତୀ ଲତା ପରିଡା ( ୫୯) ର ମଙ୍ଗଳବାର ଦିନ ପରଲୋକ ଘଟିଛି । ସେ ଜଣେ ଛାତ୍ର ବତ୍ସଳ ଭାବରେ ସମସ୍ତ ଙ୍କ ର ହୃଦୟ ଜୟ କରିପାରିଥିଲେ । ତାଙ୍କର ଏହି ଅକାଳ ବିୟୋଗ ରେ ସ୍ଥାନୀୟ ଅଂଚଳ ରେ ଶୋକ ର ଛାୟା ଖେଳି ଯାଇଛି,ତାଙ୍କର ଅନ୍ତେଷ୍ଟି କ୍ରିୟା ପାଇଁ ଧାମନଗର ବ୍ଲକ ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ ସାହୁ ଗଭୀର ଶୋକ ପ୍ରକାଶ କରିଛନ୍ତି। ବ୍ଲକ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ ଅତିରିକ୍ତ ଶିକ୍ଷାଧିକାରୀ ସତ୍ୟ ସୁନ୍ଦର ପରିଡା, କର୍ମଚାରି କିରାଣୀ ନିଶିକାନ୍ତ ସାମଲ, ପ୍ରମୋଦ ନାଥ, ସି ଆର ସି ସି ଅଶ୍ୱିନୀ ଜେନା ତାଙ୍କ ଘର ମିଶ୍ରପୁର ରେ ପହଂଚି ବାସନ୍ତୀ ଙ୍କ ସ୍ୱାମୀ ରବିନାରାୟଣ ଦାସ ଙ୍କୁ ଭେଟି ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି ।ବାସନ୍ତୀ ଙ୍କ ଏହି ଅକାଳ ମୃତ୍ୟୁ ପରେ ସ୍ଥାନୀୟ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ପକ୍ଷରୁ ଶୋକ କରିବା ସହ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande