
ଭୁବନେଶ୍ୱର,୧୨ ମାର୍ଚ୍ଚ (ହିସ) - ରାଜ୍ୟସଭା ନିର୍ବାଚନ ଭୋଟିଂକୁ ନେଇ ପୁଣି ସସପେନ୍ସ ବଢାଇଛନ୍ତି ବିଜେଡି ବିଧାୟିକା ସୁବାସିନୀ ଜେନା। ସେ କହିଛନ୍ତି ମୋ ଭୋଟ କାହାକୁ ଦେବି ମୁଁ କାହିଁକି ଆପଣଙ୍କୁ ଜଣାଇବି। ଦଳିୟ ଏଜେଂଟକୁ ଦେଖାଇ ମୁଁ ଭୋଟ ଦେବି । ସେ ଆହୁରି କହିଛନ୍ତି ମୁଁ ବିଜେଡିରେ ଅଛି । ନବୀନ ବାବୁ ମୋ ନେତା। ମୁଁ ଜଣେ ଶୃଙ୍ଖଳିତ କର୍ମୀ। ରାଜ୍ୟସଭା ନିର୍ବାଚନରେ ଭୋଟ ଦେଲା ପରେ ଏଜେଂଟକୁ ଦେଖାଯିବ। ସେହି ଦିନ ଆପଣ ସବୁ ଜାଣି ପାରିବେ। ସଂତୃପ୍ତ ମିଶ୍ରଙ୍କ ମୋ ସହ ଆଲୋଚନା କରିଛନ୍ତି। ଏବଂ ଫୋନ ଯୋଗେ ଦତେଶ୍ୱର ହୋତା ମୋ ସହ ଆଲୋଚନା କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା