
ମୁଖୀଗୁଡା, ୧୨ ମାର୍ଚ୍ଚ (ହି.ସ.)- କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଭଇଁରୀପାଲି ପଞ୍ଚାୟତ ବିମଳାଗାଁ ବାଗବନ୍ଧରେ ଆଜି ମାଛ ମାରିବା ବେଳେ କିଛି ଯୁବକ ହାଡ଼ କଙ୍କାଳ ପୋଖରୀ ଭିତରୁ ପାଇଥିଲେ ଏନେଇ ଜୟପାଟଣା ପୋଲିସକୁ ଖବର କଲାପରେ ଜୟପାଟଣା ପୋଲିସ ଓ ଅଗ୍ନିଶମ ବିଭାଗର ଏକ ଟିମ ପହଞ୍ଚି ହାଡ଼ କଙ୍କାଳକୁ ଜବତ କରିଛନ୍ତି । ହାଡ଼କଙ୍କାଳ ଅଣ୍ଟାରୁଗୋଡ଼ ପର୍ଯ୍ୟନ୍ତ ଥିବାବେଳେ ତାହା କାହାର ଜଣା ପଡ଼ିନାହିଁ । ସନ୍ଧ୍ୟା ହେବାରୁ ସାଇନ୍ଟିଫିକ ଟିମର ତଦନ୍ତ ସମ୍ପୂର୍ଣ ହୋଇପାରି ନାହିଁ। ଆସନ୍ତାକାଲି ତଦନ୍ତ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଏଠାରେ ସୂଚନାଯୋଗ୍ୟ ଯେ, ଗାଁର ଏକ ନାବାଳିକା ଗତ ଅଗଷ୍ଟ ମାସରୁ ନିଖୋଜ ଅଛି ।
ହିନ୍ଦୁସ୍ଥାନ ସମାଚାର / ନିହାର