
ସୋନପୁର , ୧୨ ମାର୍ଚ୍ଚ (ହି.ସ.) - ସୋନପୁର ମହାରାଜା ପି ଏମ ଶ୍ରୀ ହାଇସ୍କୁଲ ର ସହକାରୀ (ପୂର୍ଣ୍ଣ ଭାର ପ୍ରାପ୍ତ) ଶିକ୍ଷକ ଶ୍ରୀ ଆଶିଷ ରଞ୍ଜନ ରଥ ଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ଅଧିକାରୀ ମିନା ରାଣୀ ମଙ୍ଗଳ ନିଲମ୍ବନ କରିଛନ୍ତି । ଏ ଖବର ରେ ଆଜି ଜିଲ୍ଲା ର ଶିକ୍ଷକ ମହଲ ରେ କୋକୁଆ ଭୟ ସୃଷ୍ଟି ହୋଇ ଥିବା ଜଣା ଯାଇଛି । ପ୍ରକାଶ ଥାଉ କି ଯେ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ମହାରାଜା ହାଇସ୍କୁଲକୁ ଅଚାନକ ପରିଦର୍ଶନ କରିଥିବା ସମୟରେ ଶ୍ରୀ ରଥ ଅନୁପସ୍ଥିତ ଥିବା ଦେଖିଥିଲେ କ୍ଷ ଦୀର୍ଘ ଗୋଟାଏ ଘଂଟା ଧରି ଜିଲ୍ଲାପାଳ ଡ଼. ସାହୁ ସ୍କୁଲ ରେ ଅପେକ୍ଷା ପରେ ଶ୍ରୀ ରଥ ପହଂଚି ସ୍କୁଲ୍ କମ୍ପ୍ୟୁଟର ଲାଗି ଟଙ୍କା ଆସିଥିବାରୁ ବିଭାଗୀୟ ଉଚ୍ଚ ଅଧିକାରୀ ଙ୍କ ପାଖ କୁ ଯାଇଥିବା ବିଷୟ କହି ଜିଲ୍ଲାପାଳ ଙ୍କୁ ସଫେଇ ଦେଇଥିଲେ । କିନ୍ତୁ ଏହା ସନ୍ତୋଷ ଜନକ ଉତର ନ ଥିବା ରୁ ଓ ଓଡ଼ିଶା ରେ କେବଳ ଗୋଟିଏ ସ୍କୁଲ ସୁବର୍ଣ୍ଣପୁର ଜିଲ୍ଲାର ସର୍ବ ପୁରାତନ ପି ଏମ ଶ୍ରୀ ମହାରାଜା ହାଇସ୍କୁଲ ରେ ଚଳିତ ବର୍ଷ ର ପି ଏମ ଶ୍ରୀ ମେଳା ପାଳନ ନ କରି ରାଜ୍ୟ ଶିକ୍ଷା ବିଭାଗ କମିଶନରଙ୍କ ନିର୍ଦ୍ଦେଶ କୁ ବେଖାତିର କରିଥିବା ଯୋଗୁଁ ଜିଲ୍ଲାପାଳ ଡ଼ .ସାହୁ ଶିକ୍ଷକ ଶ୍ରୀ ରଥ ଙ୍କ ଉପରେ ଖୁବ୍ ବର୍ଷୀ ଥିଲେ । ଏପରିକି ସ୍କୁଲ୍ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଉପଯୁକ୍ତ ବ୍ୟବହାର ପ୍ରଦର୍ଶନ କରୁ ନ ଥିବା ବିଷୟ ମଧ୍ୟ ଜିଲ୍ଲା ପ୍ରଶାସନ ପାଖରେ ଅନେକ ଅଭିଯୋଗ ହୋଇ ଆସୁ ଥିବା ଆଜି ସୂଚନା ମିଳିଛି । ପି ଏମ ଶ୍ରୀ ମହାରାଜା ହାଇସ୍କୁଲର ଉନ୍ନତି କରଣ ଲାଗି ରାଜ୍ୟ ସରକାର କୋଟି କୋଟି ଟଙ୍କା ଅନୁଦାନ ଦେଉଥିବା ବେଳେ ସେ ଅନୁଦାନ ରୁ ଖର୍ଚ୍ଚ ହେଉଥିବା ସମସ୍ତ କାର୍ଯ୍ୟ ଉପରେ ମଧ୍ୟ ଜିଲ୍ଲା ପ୍ରଶାସନ ସନ୍ତୋଷ ପ୍ରକାଶ କରି ନ ଥିବା ସୂଚନା ମିଳିଛି । ଏପରିକି ସ୍କୁଲ୍ ପରିଚାଳନା କମିଟି ର ପୂର୍ବତନ ସଭାପତି ସ୍କୁଲ୍ କୁ ଆସୁଥିବା ବିଭିନ୍ନ ଅନୁଦାନ ର ହେର ଫେର ଘଟଣା କୁ ନେଇ ପୁର୍ବତନ ଜିଲ୍ଲାପାଳଙ୍କ ପାଖରେ ଅନେକ ଅଭିଯୋଗ ହୋଇଥିବା ଆଜି ବିଭିନ୍ନ ବୁଦ୍ଧିଜୀବି ଓ ଶିକ୍ଷକ ମହଲରେ ଚର୍ଚ୍ଚା ହେଉଛି । ଆହୁରି ମଧ୍ୟ ଆଲୋଚନା ହେଉଛି ଯେ ଏ ଭାରପ୍ରାପ୍ତ ରଥ ସାର୍ଙ୍କ ପ୍ରଛଦ ପଟରେ କେଉଁ କ୍ଷମତା ଶାଳୀ ବ୍ୟକ୍ତି ଅଛନ୍ତି ଯେ ଯାହା ବଳରେ କି ଚାକିରୀ ଆରଂଭ ରୁ ଶେଷ ଯାଏ ଏହି ମହାରାଜା ହାଇସ୍କୁଲ କୁ ମହାରାଜା ଭଳି ଭୋଗ କରିବାର ପ୍ରକୃଷ୍ଠ ଜାଗା ବାଛି ନେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ