
କେନ୍ଦ୍ରାପଡ଼ା, ୧୨ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଵାରୋ ଗ୍ରାମପଞ୍ଚାୟତର ଘିଗିଡିଆ ଗ୍ରାମର ବିଶିଷ୍ଟ କବି ତଥା ସମାଜସେବୀ ସ୍ଵର୍ଗତ ସୀତାକାନ୍ତ ଦାସଙ୍କ ପୁଣ୍ୟ ଏକାଦଶାହ ଏବଂ ଦ୍ଵାଦଶାହ ଉପଲକ୍ଷେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଭାବଗ୍ରାହୀ କଳା ନିକେତନ ଏବଂ ରେଡ଼ିଓ ଭାବଗ୍ରାହୀର ପ୍ରତିଷ୍ଠାତା ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପଣ୍ଡିତ ପଦ୍ମନାଭ ଦାଶ, ସମ୍ମାନୀତ ଅତିଥି ଭାବରେ କବି ଅମର ପ୍ରସାଦ ରାଉତ, ନାଟ୍ୟକାର ଭୀମସେନ ପ୍ରଧାନ, ତବଲା ଗୁରୁ ସମୀରଞ୍ଜନ ଦାସ, ସଙ୍ଗୀତ ଗୁରୁ ପ୍ରମୋଦ କୁମାର ଦାସ, ସଲିଲ ପ୍ରଧାନ, ସଙ୍ଗୀତ ନିର୍ଦ୍ଦେଶକ ସଞ୍ଜୟ ଦେବ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ଦାସଙ୍କ କବିତ୍ୱ ଏବଂ ସୃଷ୍ଟି ସମ୍ଭାର ସମ୍ପର୍କରେ ଆଲୋଚନା କରିବା ସହିତ ଭକ୍ତିପୂତ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ରଥମେ ସ୍ବର୍ଗତ ସୀତାକାନ୍ତଙ୍କ ଫଟୋ ଚିତ୍ରରେ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ। ଉପସ୍ଥିତ ସୀତାକାନ୍ତ ପ୍ରେମୀମାନେ ପୁଷ୍ପାର୍ଘ୍ଯ ଅର୍ପଣ କରିଥିଲେ। ପ୍ରଦୀପ ପ୍ରଜ୍ବଳନ ପରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ଅମର ଆତ୍ମାର ସଦ୍ଗତି କାମନା କରାଯାଇଥିଲା। ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଆନୁକୁଲ୍ୟରେ ଭାବପୂର୍ଣ୍ଣ ଭଜନ ଓ ଶ୍ରଦ୍ଧାଞ୍ଜଳି ସଙ୍ଗୀତ କଣ୍ଠଶିଳ୍ପୀ ବିମଳ ପ୍ରସାଦ ପରିଡ଼ାଙ୍କ ସଂଯୋଜନାରେ ପରିବେଷଣ କରାଯାଇଥିଲା। ଏଥିରେ ନିରୁପମା ଜେନା, ଉପେନ୍ଦ୍ର କୁମାର ପାଢ଼ୀ, ରଞ୍ଜନ ବରାଳ, ବଳରାମ ମଲିକ, ଅଜୟ ଜେନା, କୈଳାସ ପରିଡା, ତୋଫାନ ମଲିକ ଏବଂ ରାଜଲକ୍ଷ୍ମୀ ପରିଡା ଅଂଶ ଗ୍ରହଣ କରିଥିଲେ। ସୀତାକାନ୍ତଙ୍କ ଵଡଭାଇ ବସନ୍ତ ଦାସଙ୍କ ସମେତ ପତ୍ନୀ ସୁମିତ୍ରା ଦାସ,ପ୍ରଶାନ୍ତ ଦାସ, ଶ୍ରୀକାନ୍ତ ଦାସ, ବିଷ୍ଣୁପ୍ରିୟା ଦାସ, ଗୀତାଞ୍ଜଳି ଦାସ, ସୋନାଲି ଦାସ, ରୁଵି ବେବୀ ଦାସ, ସତ୍ୟରାଜ ଦାସ, ପାୟଲ ପ୍ରୟାସ,ଗୁଡୁଲ ଲୁଡୁଲ, ପିଙ୍କି, ରିଙ୍କି, ମୁନା, ଇତିଶ୍ରୀ ଦାସ, ସୂର୍ଯ୍ୟାଂଶ, ନଳିନୀ, ପ୍ରମୋଦିନୀ, ପ୍ରଭାସିନୀ, ମାଧବାନନ୍ଦ ପ୍ରଧାନ, ପ୍ରମୋଦ
ଚୈ।ଧୁରୀ, ସ୍ମୃତି ରଞ୍ଜନ ସାହାଣୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସ୍ଥାନୀୟ ସରପଞ୍ଚ ଗୋପୀନାଥ ମଲିକ, ପ୍ରାକ୍ତନ ସରପଞ୍ଚ ଚିତ୍ରସେନ ପରିଡା, ବସନ୍ତ ପରିଡା, ରମେଶ ପ୍ରଧାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଆବାହକ ବିମଳ ପ୍ରସାଦ ପରିଡା ସ୍ଵାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରି ଅକ୍ଷୟ ମହାନ୍ତିଙ୍କ କେତେକ କାଳଜୟୀ ଭଜନ ଗାଇଥିଲେ। ନିରୁପମା ଜେନା ଶ୍ରଦ୍ଧାଞ୍ଜଳି ସଙ୍ଗୀତ ଏବଂ କବି ସୀତାକାନ୍ତଙ୍କ ବିରଚିତ ଭଜନ ଗାଇ ପରିବେଶକୁ ଭାବ ଗମ୍ଭୀର କରିଥିଲେ। ଶେଷରେ ସୀତାକାନ୍ତଙ୍କ ସୁପୁତ୍ର ତୁଷାର ରଞ୍ଜନ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି