କୁତ୍ରିମ ଗ୍ୟାସ ସଂକଟ ସୃଷ୍ଟିକରି କଳାବଜାରୀ ଉଦ୍ୟମ କରୁଛି ସରକାର - କଂଗ୍ରେସ
ଭୁବନେଶ୍ୱର,୧୨ ମାର୍ଚ୍ଚ (ହିସ) - ଗ୍ୟାସ ଏବଂ ପେଟ୍ରୋଲ ଦ୍ରବ୍ୟକୁ ନେଇ କେନ୍ଦ୍ର ସରକାରଙ୍କ ଅଭାବି ବିକ୍ରୀ ମସୁଧା ଏବଂ ମୂଲ୍ୟବୃଦ୍ଧି କୁ ନେଇ କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ମୁଖପାତ୍ର। ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ମ
zgfg


ଭୁବନେଶ୍ୱର,୧୨ ମାର୍ଚ୍ଚ (ହିସ) - ଗ୍ୟାସ ଏବଂ ପେଟ୍ରୋଲ ଦ୍ରବ୍ୟକୁ ନେଇ କେନ୍ଦ୍ର ସରକାରଙ୍କ ଅଭାବି ବିକ୍ରୀ ମସୁଧା ଏବଂ ମୂଲ୍ୟବୃଦ୍ଧି କୁ ନେଇ କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ମୁଖପାତ୍ର।

ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ମୁଖପାତ୍ର ସୋନାଲି ସାହୁ କହିଥିଲେ, ବିଜେପି ସରକାର ସାଧାରଣ ଜନତାଙ୍କୁ ଏକ ସଂକଟମୁହାଁ ପରିସ୍ଥିତି ଆଡକୁ ଟାଣିନେବାକୁ ବାଧ୍ୟ କରୁଛନ୍ତି । ସୁଭ୍ରଦା ଏବେ ହାଣ୍ଡିଶାଳରେ କାନ୍ଦୁଛି । ମହିଳାମାନେ ଚୁଲିରେ ରେୋଇ କରିବା ଦ୍ୱାର ତାଙ୍କର କୁଆଡ଼େ ଆଖିକୁ କଷ୍ଟ ଦେଉଥିଲା, ସେଇ କଥାକୁ ବାହୁନି ବାହୁନି ମନକି ବାତରେ କହୁଥିଲେ ତେଣୁ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ଗ୍ୟାସ କନେକସନ୍ ନେବାକୁ କମ୍ପାନୀ ମାନଙ୍କ ପାଇଁ ମାର୍କେଟିଂ କରାଇଲେ । ଆଜି ଯେତେବେଳେ ମହିଳାଙ୍କୁ ବାଧ୍ୟ କରାଯାଉଛି ପୁଣି ସେଇ ଚୂଲିରେ ରୋଷେଇ କରିବାକୁ? କ’ଣ କହିବେ ମୋଦି? ଆଜି କ’ଣ ମା’ ମାନଙ୍କୁ ଆଖି ଖରାପ ହେଉନି ? ମା’ ମାନଙ୍କ ପାଇଁ ଆଜି କଷ୍ଟ ଲାଗୁନି ମୋଦିଙ୍କୁ? ସାରା ଦେଶରେ ଏବେ ୧ କୋଟି ୯୦ ହଜାର ଘରୋଇ ଗ୍ୟାସ ଉପଭୋକ୍ତା ରହିଛନ୍ତି । ଏଥିମଧ୍ୟରୁ ୫୫ ଲକ୍ଷ ୪୭ ହଜାର ୩୫୭ ଜଣ ଉଜ୍ଜ୍ୱଳା ଗ୍ୟାସ ହିତାଧିକାରୀ ରହିଛନ୍ତି । ରାଜ୍ୟରେ ଦୈନିକ (ଘରୋଇ ଓ ବ୍ୟବସାୟିକ) ହିତାଧିକାରୀମାନେ ହାରାହାରି ୩୨ଲକ୍ଷ କେଜି ଗ୍ୟାସ ବ୍ୟବହାର କରିଥାନ୍ତି । କିନ୍ତୁ ସେପଟେ ରାଜ୍ୟରେ ଥିବା ୯୬୬ ଗ୍ୟାସ ଏଜେନ୍ସିକୁ ସୋମବାର ଠାରୁ କର୍ମସିଆଲ ଟାଙ୍କି ଯୋଗାଣ ବନ୍ଦ । ଯାହା ଫଳରେ ରାଜ୍ୟର ସମସ୍ତ ସହରରେ ଥିବା ପ୍ରାୟ ୧୦,୦୦୦ ରୁ ଉର୍ଦ୍ଧ୍ୱ ରେଷ୍ଟୁରାଂଟ ବନ୍ଦ । ସମସ୍ତ ଉଠା ଜଳଖିଆ ଦୋକାନ ବନ୍ଦ । ୨୦ % ହୋଟେଲ ବନ୍ଦ । ଅନଲାଇନ ଫୁଡ ଡେଲିଭରି ଏକ ପ୍ରକାର ବନ୍ଦ । ଏହି ଇଣ୍ଡଷ୍ଟ୍ରି ସହିତ ଓ ଇଣ୍ଡଷ୍ଟ୍ରି କାମ କରୁଥିବା ପ୍ରାୟ ୧୮ରୁ ୨୦ଲକ୍ଷ ବ୍ୟକ୍ତି ସିଧାସଳଖ ରୋଜଗାର ହରେଇଛନ୍ତି । ମାସକୁ ୧୦ ରୁ ୧୨ ହଜାର ପର୍ଯ୍ୟନ୍ତ ରୋଜଗାର କରୁଥିବା ସ୍ୱିଗୀ, ଯୋମାଟୋ ଭଳି ବ୍ୟକ୍ତି ବେରୋଜଗାର ହେବାକୁ ଯାଉଛନ୍ତି । ଏହା ଦ୍ୱାରା ପ୍ରାୟ ସିଧାସଳଖ ୨୫ ଲକ୍ଷରୁ ଉର୍ଦ୍ଧ୍ୱ ପରିବାର ଆର୍ôଥକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେବାକୁ ଯାଉଛନ୍ତି । ଆଗକୁ ଓଡ଼ିଶା ଭୟଙ୍କର ଆର୍ôଥକ ସଂକଟର ସମ୍ମୁଖିୀନ ହେବାକୁ ଯାଉଛି । ସାରା ରାଜ୍ୟରେ ୱେଲଡିଂ ଠାରୁ ଆରମ୍ଭ କରି ନିର୍ମାଣ କାର୍ଯ୍ୟ ପର୍ଯନ୍ତ ସବୁ ଠପ୍ । ଗ୍ୟାସ ନଥିବା କାରଣରୁ ସତ୍ୟନଗର ଶ୍ମଶାନରେ ଶବଦାହ କାର୍ଯ୍ୟ ବନ୍ଦ । କୋରାପୁଟରେ ବାଣିଜ୍ୟକ ଗ୍ୟାସ ସିଲିଣ୍ଡର ବିକ୍ର ବନ୍ଦ କରିବାକୁ ଏଜେନ୍ସି କରିସାରିଲେଣି । ଏତେ ସବୁ ଅବ୍ୟବସ୍ଥା ଭିତରେ ସରକାର କ’ଣ କରୁଛନ୍ତି? ବର୍ତମାନ କେତେଦିନ ପାଇଁ ଗ୍ୟାସ ମହଜୁଦ ଅଛି ତାହା ଯୋଗାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସ୍ପଷ୍ଟ କରୁ ନାହାନ୍ତି କାହିଁକି?“ ସାରା ଦେଶ ସମେତ ରାଜ୍ୟରେ ଗ୍ୟାସ ପାଇଁ ହାହାକାର ପଡ଼ିଥିବା ବେଳେ ସରକାର ଘରୋଇ ଗ୍ୟାସ ଫିଲିଂ ପିଛା ୬୦ ଟଙ୍କା ଓ ବ୍ୟବସାୟିକ ଫିଲିଂ ପିଛା ୧୧୫ ଟଙ୍କା ବଢ଼ାଇ ଦେଲେ ।“ଏହି ସାମ୍ବାଦିକ ସମ୍ମିଳନୀରେ ମହିଳା କଂଗ୍ରେସ ସଭାପତି ମିନାକ୍ଷୀ ବାହିନୀପତି ବିଜେପି ସରକାରଙ୍କ ନାରୀ ବିରୋଧୀ ମନୋବୃତିକୁ ତୀବ୍ର ବିରୋଧ କରିବା ସହ ଗ୍ୟାସ ଅଭାବୀ ବିକ୍ରୀ ସିଧାସଳଖ ପେଟରେ ଓ ହାଣ୍ଡିରେ ଲାତ ବୋଲି ଅଭିହିତ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande