୩୭,୦୯୪ଟି ମ୍ୟୁଲ୍ ବ୍ୟାଙ୍କ ଆକାଉଂଟ ଯାଂଚ, ୩୬୫ଜଣ ଗିରଫ
ଭୁବନେଶ୍ୱର,୧୨ ମାର୍ଚ୍ଚ (ହିସ) - ସାଇବର ଅପରାଧ ନେଟୱର୍କକୁ ସମୂଳ ଧ୍ୱଂସ କରିବା ଉଦ୍ଦେଶ୍ୟରେ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ବିଶେଷ ଅଭିଯାନ ‘ଅପରେସନ ସାଇବର କବଚ’ ସମଗ୍ର ରାଜ୍ୟରେ ଜାରି ରହିଛି। ଏପର୍ଯ୍ୟନ୍ତ ‘ଅପରେସନ ସାଇବର କବଚ’ ଅନ୍ତର୍ଗତ ସମଗ୍ର ରାଜ୍ୟରେ ମୋଟ ୩୭,୦୯୪ଟି ମ୍ୟୁଲ୍/ବେନାମ
cyber crime


ଭୁବନେଶ୍ୱର,୧୨ ମାର୍ଚ୍ଚ (ହିସ) - ସାଇବର ଅପରାଧ ନେଟୱର୍କକୁ ସମୂଳ ଧ୍ୱଂସ କରିବା ଉଦ୍ଦେଶ୍ୟରେ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ବିଶେଷ ଅଭିଯାନ ‘ଅପରେସନ ସାଇବର କବଚ’ ସମଗ୍ର ରାଜ୍ୟରେ ଜାରି ରହିଛି। ଏପର୍ଯ୍ୟନ୍ତ ‘ଅପରେସନ ସାଇବର କବଚ’ ଅନ୍ତର୍ଗତ ସମଗ୍ର ରାଜ୍ୟରେ ମୋଟ ୩୭,୦୯୪ଟି ମ୍ୟୁଲ୍/ବେନାମୀ ବ୍ୟାଙ୍କ ଆକାଉଂଟ ଯାଂଚ କରାଯାଇଛି। ଏହାସହ ମ୍ୟୁଲ୍ ବ୍ୟାଙ୍କ ସମ୍ପର୍କିତ ୧୧୮୫ଟି ସାଇବର ମାମଲା, ଏଟିଏମ୍ ମାଧ୍ୟମରେ ଟଙ୍କା ଉଠାଣ ସମ୍ପର୍କିତ ୩୬ଟି ମାମଲା, ଚେକ୍ ମାଧ୍ୟମରେ ଟଙ୍କା ଉଠାଣ ସମ୍ପର୍କିତ ୪୧ଟି ମାମଲା ଏବଂ ନକଲି ସିମ୍/ପିଓଏସ୍ ସମ୍ପର୍କିତ ୨୩ଟି ମାମଲା ରୁଜୁ ହୋଇଛି। ୩୬୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ୧୯୨ଟି ପୁରୁଣା ଏଫ୍.ଆଇ.ଆର୍ ସହ ସଂପୃକ୍ତ ୭୨୭୬ଜଣ ସନ୍ଦିଗ୍ଧ ଆକାଉଂଟଧାରୀ ଓ ସହାୟକଙ୍କୁ ଆଇନଗତ ନୋଟିସ୍ ଜାରି କରାଯାଇଛି।

ଏହି ଅଭିଯାନରେ କେନ୍ଦୁଝର ଜିଲ୍ଲା ପୋଲିସ ୯୫ଟି ବେନାମୀ ଆକାଉଂଟ ଯାଂଚ କରି ୮ଟି ମାମଲା ରୁଜୁ କରି ୩ଜଣଙ୍କୁ ଗିରଫ ଏବଂ ୫ଜଣଙ୍କୁ ନୋଟିସ୍ ଜାରି କରିଛି।

ସେହିପରି ରାଉରକେଲା ଜିଲ୍ଲା ପୋଲିସ ୭୫ଟି ବେନାମୀ ଆକାଉଂଟ ଯାଂଚ କରି ମ୍ୟୁଲ୍ ବ୍ୟାଙ୍କ ଆକାଉଂଟ ସମ୍ପର୍କିତ ୫୭ଟି ମାମଲା, ଏଟିଏମ୍ ଉଠାଣ ସମ୍ପର୍କିତ ୧ଟି ମାମଲା ଏବଂ ଚେକ୍ ଉଠାଣ ସମ୍ପର୍କିତ ୪ଟି ମାମଲା ରୁଜୁ କରି ୩୩ଜଣଙ୍କୁ ନୋଟିସ୍ ଜାରି କରିଛି। ସେହିପରି ଭଦ୍ରକ ଜିଲ୍ଲା ପୋଲିସ ୧୪୫ଟି ବେନାମୀ ଆକାଉଂଟ ଯାଂଚ କରି ମ୍ୟୁଲ୍ ଆକାଉଂଟ ସମ୍ପର୍କିତ ୧ଟି ମାମଲା ରୁଜୁ କରି ୨ଜଣଙ୍କୁ ନୋଟିସ୍ ଜାରି କରିଛି।

ଭୁବନେଶ୍ୱର (ୟୁପିଡି) ପୋଲିସ ୩୪୭ଟି ବେନାମୀ ଆକାଉଂଟ ଯାଂଚ କରି ୩ଟି ମାମଲା ରୁଜୁ କରି ୯ଜଣଙ୍କୁ ଗିରଫ କରିଛି। କଟକ (ୟୁପିଡି) ପୋଲିସ ୩୨୮ଟି ବେନାମୀ ଆକାଉଂଟ ଯାଂଚ କରି ୨ଟି ମାମଲା ରୁଜୁ କରି ୧୩ ଜଣଙ୍କୁ ନୋଟିସ୍ ଜାରି କରିଛି।

ସେହିପରି ଜଗତସିଂହପୁର ଜିଲ୍ଲା ପୋଲିସ ୨୦ଟି, ନୟାଗଡ଼ ଜିଲ୍ଲା ପୋଲିସ ୧୧୫ଟି ଆକାଉଂଟ ଯାଂଚ କରି ୧୦ଜଣଙ୍କୁ ନୋଟିସ୍, ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ୨୩୮ଟି ଆକାଉଂଟ ଯାଂଚ କରି ୧ଟି ପୁରୁଣା ଏଫ୍.ଆଇ.ଆର୍ରେ ୧ଜଣଙ୍କୁ ଗିରଫ, ପୁରୀ ଜିଲ୍ଲା ପୋଲିସ ୧ଟି ପୁରୁଣା ଏଫ୍.ଆଇ.ଆରର ୧ଜଣଙ୍କୁ ଗିରଫ, ବାଲେଶ୍ୱର ଜିଲ୍ଲା ପୋଲିସ ୨୯ଟି ଆକାଉଂଟ, ମୟୂରଭଞ୍ଜ ଜିଲ୍ଲା ପୋଲିସ ୫ଟି ଆକାଉଂଟ ଯାଂଚ କରି ୫ଜଣଙ୍କୁ ନୋଟିସ୍, ବ୍ରହ୍ମପୁର ଜିଲ୍ଲା ପୋଲିସ ୩୧ଟି ଆକାଉଂଟ ଯାଂଚ କରି ୧ଟି ପୁରୁଣା ଏଫ୍.ଆଇ.ଆର ସହ ସଂପୃକ୍ତ ୧୧ଜଣଙ୍କୁ ନୋଟିସ୍, ବୌଦ୍ଧ ଜିଲ୍ଲା ପୋଲିସ ୧୨୩ଟି ଆକାଉଂଟ ଯାଂଚ କରି ୧୨୩ଜଣଙ୍କୁ ନୋଟିସ୍, ଗଞ୍ଜାମ ଜିଲ୍ଲା ପୋଲିସ ୧୫ଟି ଆକାଉଂଟ ଯାଂଚ କରି ୧ଟି ପୁରୁଣା ଏଫ୍.ଆଇ.ଆରରେ ୧ଜଣଙ୍କୁ ଗିରଫ ଏବଂ ୧ଜଣଙ୍କୁ ନୋଟିସ୍, କନ୍ଧମାଳ ଜିଲ୍ଲା ପୋଲିସ ୧ଟି ଆକାଉଂଟ ଯାଂଚ କରି ୨ଜଣଙ୍କୁ ନୋଟିସ୍, ଢେଙ୍କାନାଳ ଜିଲ୍ଲା ପୋଲିସ ୭ଟି, କଳାହାଣ୍ଡି ଜିଲ୍ଲା ପୋଲିସ ୧୨ଟି, କୋରାପୁଟ ଜିଲ୍ଲା ପୋଲିସ ୧୯ଟି ଆକାଉଂଟ ଯାଂଚ କରିଛନ୍ତି। ସେହିପରି ମାଲକାନଗିରି ଜିଲ୍ଲା ପୋଲିସ ଏକ ଏଟିଏମ୍ ଉଠାଣ ମାମଲାରେ ୨ଜଣଙ୍କୁ ନୋଟିସ୍ ଜାରି କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande