ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରମୋଦ ପତି ଫାଉଣ୍ଡେସନ ପକ୍ଷରୁ ଜଳଛତ୍ର କେନ୍ଦ୍ରରେ ଦହିପାଣି ବଂଟନ
ଧର୍ମଶାଳା, ୧୨ ମାର୍ଚ୍ଚ (ହି.ସ.) - ମାର୍ଚ୍ଚ ଆରମ୍ଭରୁ ଗ୍ରୀଷ୍ମ ପ୍ରବାହ ବାରି ହୋଇ ପଡିଲାଣି । ଫଳରେ ରାସ୍ତାରେ ଯାତାୟତ କରୁଥିବା ଜନସାଧାରଣଙ୍କ ହିତ ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ଜଳଛତ୍ର କେନ୍ଦ୍ରମାନ କରାଯାଇ ଜଳ ବଂଟନ କରାଯାଉଛି । ଏହି କ୍ରମରେ ଆଜି ଯାଜପୁର ଜିଲାର ପ୍ରସିଦ୍ଧ କୁଆଖିଆ ମେଳଣ ଅବସର
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରମୋଦ ପତି ଫାଉଁଣ୍ଡେସନ ପକ୍ଷରୁ ଜଳଛତ୍ର କେନ୍ଦ୍ରରେ ଦହିପାଣି ବଂଟନ


ଧର୍ମଶାଳା, ୧୨ ମାର୍ଚ୍ଚ (ହି.ସ.) - ମାର୍ଚ୍ଚ ଆରମ୍ଭରୁ ଗ୍ରୀଷ୍ମ ପ୍ରବାହ ବାରି ହୋଇ ପଡିଲାଣି । ଫଳରେ ରାସ୍ତାରେ ଯାତାୟତ କରୁଥିବା ଜନସାଧାରଣଙ୍କ ହିତ ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ଜଳଛତ୍ର କେନ୍ଦ୍ରମାନ କରାଯାଇ ଜଳ ବଂଟନ କରାଯାଉଛି । ଏହି କ୍ରମରେ ଆଜି ଯାଜପୁର ଜିଲାର ପ୍ରସିଦ୍ଧ କୁଆଖିଆ ମେଳଣ ଅବସରରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ପ୍ରମୋଦ ପତି ଫାଉଣ୍ଡେସନ’ ପକ୍ଷରୁ ମେଳଣକୁ ଆସୁଥିବା ଜନସାଧାରଣଙ୍କ ତୃଷ୍ଣା ମେଂଟାଇବା ନିମନ୍ତେ କୁଆଖିଆ ଛକଠାରେ ଏକ ଜଳଛତ୍ର କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା । ଶୁଦ୍ଧ ପାନୀୟ ଜଳ ସହ ଦହି ପାଣିର ବ୍ୟବସ୍ଥା କରାଯାଇଥିଲା । ଫାଉଣ୍ଡେସନର ଚେୟାରମ୍ୟାନ ବିଶ୍ୱଜିତ ପତି, ଫାଉଣ୍ଡେସନର ସଚିବ ଦିବ୍ୟଜ୍ୟୋତି ପତିଙ୍କ ସମେତ ସମସ୍ତ କର୍ମକର୍ତା ଉପସ୍ଥିତ ରହି ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande