
ଧର୍ମଶାଳା,୧୨ମାର୍ଚ୍ଚ(ହି.ସ.) - ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ଜିଲା ମହୋତ୍ସବ ‘ଯଯାତି’ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପଂହଚିଛି । ଏନେଇ ଆଜି ଇଣ୍ଡୋର ଷ୍ଟାଡିୟମ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଅତିରିକ୍ତ ଜିଲାପାଳ ଯୁଧିଷ୍ଠିର ନାୟକ ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଜିଲା ମହୋତ୍ସବ ସମ୍ବଦ୍ଧୀୟ ବିବରଣୀ ପ୍ରଦାନ କରିଥିଲେ । ଚଳିତ ମାସ ୨୦ ତାରିଖରୁ ୨୪ତାରିଖ ପର୍ଯ୍ୟନ୍ତ ପ୍ରଶାସନିକ ଭବନ ପଡିଆଠାରେ ଜିଲା ମହୋତ୍ସବ ବର୍ଣ୍ଣାଢ୍ୟ ପରିବେଶରେ ଅନୁଷ୍ଠିତ ହେବ । ଏଥିରେ ସ୍ଥାନୀୟ କଳାକାରଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଲୋକନୃତ୍ୟ ପରିବେଷଣ ହେବ । ରାଜ୍ୟ ବାହାରୁ ମଧ୍ୟ ପ୍ରତିଭାବାନ କଳାକାର ଯଯାତିକୁ ଆସିବାର ଯୋଜନା ରହିଛି । ୫ଦିନ ଧରି ଅନୁଷ୍ଠିତ ଏହି ଉତ୍ସବରେ ରାଜ୍ୟର ବିଶିଷ୍ଠ ବ୍ୟକ୍ତି ବିଶେଷଙ୍କୁ ଅତିଥିଭାବେ ନିମନ୍ତ୍ରଣ କରାଯାଇଛି । ଅର୍ଥନୀତି,ସାହିତ୍ୟ ଓ ଐତିହ୍ୟକୁ ନେଇ ଆଲୋଚନାଚକ୍ର ସଫଳତାର ସହ ଆୟୋଜିତ ହୋଇ ସାରିଛି । ଏହି ସମ୍ବାଦିକ ସମ୍ମିଳନୀରେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସତ୍ୟବ୍ରତ ପାଣିଗ୍ରାହୀ,ଜିଲା ପ୍ରକଳ୍ପ ସଂଯୋଜକ ମିଶନ ଶକ୍ତି ସୀତାଶୁଂ ଶେଖର ସାହୁ ଓ ଜିଲା କ୍ରୀଡା ଅଧିକାରୀ ଫକିର ମୋହନ ଟୁଡୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ