ଆଉଟ ସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନକୁ ସମର୍ଥନ କଲା କଂଗ୍ରେସ
ଭୁବନେଶ୍ୱର,୧୨ ମାର୍ଚ୍ଚ (ହିସ) - ଓଡିଶା ସରକାରୀ ଆଉଟ ସୋର୍ସିଙ୍ଗ କର୍ମଚାରୀଙ୍କ ରାଜ୍ୟ ସ୍ତରୀୟ ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ଆନ୍ଦୋଳନ କୁ ସମର୍ଥନ ଜ୍ଞାପନ କରିଛନ୍ତି ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ।ଆଉଟ ସୋର୍ସିଙ୍ଗ କର୍ମଚାରୀ ମାନେ ସରକାରଙ୍କ ଦ୍ୱାରା ଶୋଷିତ ହେଉଛନ୍ତି । ଏହା ଗ
zfgs


ଭୁବନେଶ୍ୱର,୧୨ ମାର୍ଚ୍ଚ (ହିସ) - ଓଡିଶା ସରକାରୀ ଆଉଟ ସୋର୍ସିଙ୍ଗ କର୍ମଚାରୀଙ୍କ ରାଜ୍ୟ ସ୍ତରୀୟ ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ଆନ୍ଦୋଳନ କୁ ସମର୍ଥନ ଜ୍ଞାପନ କରିଛନ୍ତି ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ।ଆଉଟ ସୋର୍ସିଙ୍ଗ କର୍ମଚାରୀ ମାନେ ସରକାରଙ୍କ ଦ୍ୱାରା ଶୋଷିତ ହେଉଛନ୍ତି । ଏହା ଗୋତି ପ୍ରଥା ସହିତ ସମାନ । ଏହି ପ୍ରଥାକୁ ତୁରନ୍ତ ଉଛେଦ କରି ସେମାନଙ୍କ ଚାକିରୀ କୁ ନିୟମିତ କରିବାକୁ ଦାବି କରିଛନ୍ତି । ସରକାର ଯଦି ମାନବିକତା ଦୃଷ୍ଟିରୁ ଏହା ନକରନ୍ତି ତେବେ ଆନ୍ଦୋଳନ କୁ ବ୍ୟାପକ କରିବାପାଇଁ ସେ ଆହ୍ୱାନ ଦେବା ସହିତ ଏହାକୁ କଂଗ୍ରେସ ପ୍ରତ୍ୟକ୍ଷ ଭାବରେ ଏହି ଆନ୍ଦୋଳନ କୁ ସମର୍ଥନ ଦେବ ବୋଲି ଶ୍ରୀ ଦାସ ଗୋଷଣା କରିଥିଲେ। ବିଧାନସଭାରେ କଂଗ୍ରେସ ବିଧାୟକ ଦଳର ନେତା ଶ୍ରୀ ରାମଚନ୍ଦ୍ର କଡମ ଏଥିରେ ଯୋଗ ଦେଇ ଏହି ଆନ୍ଦୋଳନ କୁ ସମର୍ଥନ ଦେବା ସହିତ କର୍ମଚାରୀ ମାନଙ୍କ ୩ ଦଫା ଦାବି ପୂରଣ ପାଇଁ ବିଧାନସଭା ରେ ଦାବି କରିବେ ବୋଲି ଘୋଷଣା ଜରିଥିଲେ । ଦଳର ମୁଖ୍ୟ ସଚେତକ ରାଜନ ଏକ୍କା, ବିଧାୟକ ସତ୍ୟନାରାୟଣ ଗମାଙ୍ଗ, କଂଗ୍ରେସ ନେତା ତଥା ରାଜୀବ ଗାନ୍ଧୀ ପଂଚାୟତି ରାଜ ସଂଗଠନ ର ଅଧ୍ୟକ୍ଷ ଶ୍ରୀ ସୁଦର୍ଶନ ଦାସ ମଧ୍ୟ ଏହି ବିକ୍ଷୋଭ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande