ରାଉରକେଲା ଷ୍ଟିଲ ପ୍ଲାଟଂ ଭିତରୁ ମଇଳା ଗୁଣ୍ଡ ଭିତରେ କୋଟି କୋଟି ଟଙ୍କାର ପ୍ଲାଟିନମ ରୁପା ଚୋରୀ ଚାଲିଛି, ସିବିଆଇ ଏସ ଏଫ ପୁଲିସି ଓ ମ୍ୟାନେଜ ମେଂଟ ନିରବ
ରାଉରକେଲା, ୧୨ ମାର୍ଚ୍ଚ (ହି.ସ.) - ରାଉରକେଲା ଇସ୍ପାତ କାରଖାନା ଯାହା ଓଡିଶାର ଗର୍ବ ଓ ଗୌରବ,ଅନେକ ଲୋକ ଙ୍କୁ ଭାତ ଦେଉଛି ଏ ପ୍ଲାଟଂ, ହେଲେ ଏହି ପ୍ଲାଟଂ ଭିତରୁ ନିୟମିତ ବାହାରୁଥିବା ମଇଳା ଟ୍ରକ ଭିତରେ ପ୍ଲାଟିନମ ଜାଲି ଓ ରୁପା ଚୋରୀ କରିନେଇ ବାହାରେ ବିକା ଚାଲିଛି ଓ ଏହି ସବୁ ଟ୍ରକ ଟାଙ୍ଗରପାଲ୍ଲୀ
ରାଉରକେଲା ଷ୍ଟିଲ ପ୍ଲାଟଂ ଭିତରୁ ମଇଳା ଗୁଣ୍ଡ ଭିତରେ କୋଟି କୋଟି ଟଙ୍କାର ପ୍ଲାଟିନମ ରୁପା ଚୋରୀ ଚାଲିଛି, ସିବିଆଇ ଏସ ଏଫ ପୁଲିସି ଓ ମ୍ୟାନେଜ ମେଂଟ ନିରବ


ରାଉରକେଲା, ୧୨ ମାର୍ଚ୍ଚ (ହି.ସ.) - ରାଉରକେଲା ଇସ୍ପାତ କାରଖାନା ଯାହା ଓଡିଶାର ଗର୍ବ ଓ ଗୌରବ,ଅନେକ ଲୋକ ଙ୍କୁ ଭାତ ଦେଉଛି ଏ ପ୍ଲାଟଂ, ହେଲେ ଏହି ପ୍ଲାଟଂ ଭିତରୁ ନିୟମିତ ବାହାରୁଥିବା ମଇଳା ଟ୍ରକ ଭିତରେ ପ୍ଲାଟିନମ ଜାଲି ଓ ରୁପା ଚୋରୀ କରିନେଇ ବାହାରେ ବିକା ଚାଲିଛି ଓ ଏହି ସବୁ ଟ୍ରକ ଟାଙ୍ଗରପାଲ୍ଲୀ ଥାନା ଦେଇ ବାହାରିବା ପରେ ଲାଠିକଟା, ବ୍ରାହ୍ମଣିତରଙ୍ଗଥାନା ଦେଇ କୁଆଁରମୁଣ୍ଡା ଥାନାରେ ଏରିଆରେ ଅନଲୋଡ ହୋଇ ବେପାର ଚାଲିଛି । ଏହା ଦ୍ୱାରା କାଲି ରାଉରକେଲା ଆସିଥିବା ୪୦ /୪୫ ବର୍ଷ ପିଲା ମାନେ ଏହିକାରବାରରେ କୋଟି କୋଟି ଟଙ୍କାର ମାଲିକ ହୋଇଗଲେଣି , ସେମାନଙ୍କୁ ସୁରକ୍ଷା ଦେଇ କିଛି ଥାନା ବାଲା ମଧ୍ୟ ମାଲେ ମାଲ ହେଉଥିବା ଖବର ମିଳିଛି । ତା ଛଡା ସେମାନଙ୍କର ସୁରକ୍ଷା କବଚ ଏବେ କୁଆଡେ ଜଣେ ବିଧାୟକ ସାଜିଥିବା ଖବର ସହରରେ କଥା ଉଠୁଛି ପଡୁଛି । ହେଲେ ଏଭଳି କାରବାରକୁ ନେଇ ଖୋଦ କାରଖାନା ମୁଖ୍ୟ ନିରବ ଥିବା ବେଳେ ପୁଲିସି ବାଲା ମଧ୍ୟ ନିରବ । ରାଉରକେଲା ଷ୍ଟିଲ ପ୍ଲାଟଂରେ ଥିବା ବ୍ଲାସଫରନେସ ରେ ତରଳ ଲୁହା ବାହାରିବା ପରେ ପ୍ଲାଟିନମ ରେ ତିଆରି ଏକ ଜାଲି ଦ୍ୱାରା ଏହି ତରଳ ଲିହାକୁ ଛଣା ଯାଏ, ପରେ ସେ ଜାଲିକୁ ରଖାଯାଇ ବାରମ୍ବାର ବ୍ୟବହାର କରାଯାଏ । ଏହି ଜାଲିର ମୁଲ୍ୟ ବହୁ କୋଟିରୁ ଅଧିକ । ହେଲେ ଏହି ସବୁ ଜାଲି ଗିୁଡିକୁ ବ୍ୟବହାର ଆଗରୁ ଓ କିଛି ବ୍ୟବହାର ପରେ ଏକ ଚୋର ଦଳ ଯିଏକି ଏହି କାମର ମୁଖ୍ୟ ଚୋର ସେ ପୁଣି ପ୍ଲାଟଂରେ ଥିବା କେତେକ ସଙ୍ଗଠନର ମୁଖିଆ, ସେଗୁଡିକୁ ନେଇ ଚୋରା ଯାଗାରେ ଲୁଚାଇ ରଖି ଚୋର ଙ୍କ ମୁଖିଆ ବାବୁଙ୍କ ଗାଡି ଓ ମଇଳା ଟ୍ରକ ଧରି କାରଖାନାରୁ ବାହାରିବା ବେଳେ ତା ଭିତରେ ପୁରାଇ ଦେଇ ବାହାରକୁ ପଠାଇଥାନ୍ତି । ଏଥିରେ ସିଆଇଏସଏଫ ବାଲା ସାମିଲ ଥିବାରୁ ଓ କିଛି ଅଫିସର ସାମିଲ ଥିବାରୁ ଏହି ସବୁ ଗାଡିକୁ ଚେକିଂ ମଧ୍ୟ କରାଯାଏ ନାହିଁ । ଯାହା ଫଳରେ ଏହି ସବୁ ପ୍ଲାଟିନମ ଜାଲି ଆରାମରେ ବାହାରକୁ ଆସି ବାବୁଙ୍କ ଷ୍ଟକ ୟାର୍ଡରେ ଜମା ହୁଏ । ପରେ ଏସବୁ କୁ ଛତିଶଗଡ ପ୍ରଭୃତି ଅଁଚଳକୁ ଚୋରାରେ ଚାଲାଣ କରାଯାଇ ବହୁ କୋଟି ଟଙ୍କାର କାରବାର ହୁଏ । ଏହା ଦ୍ୱାରା ଏହି ଚୋରଙ୍କ ସର୍ଦ୍ଦାର ଏବେ କୁଆଡେ ୫୦୦ କୋଟି ଟଙ୍କାର ମାଲିକ ହୋଇଥିବା କୁହାଯାଉଛି । ଏହି ବାବୁ ଜଣକ ଏହି କାରବାର ସହ ସିଆରଏମ କାରଖାନାରେ ବିଭିନ୍ନ ଯାଗାରେ ଲାଗିଥିବା ରୁପା ଗୁଡିକୁ ମଧ୍ୟ ଏହି ଉପାୟରେ ଲୁଟ କରୁଥିବା ଖବର ମିଳିଛି । ନିକଟରେ ସେଠାରେ ଥିବା ବିଭିନ୍ନ ସୁଇଚରେ ଲାଗିଥିବା ରୁପା ଗୁଡିକ ପୁରା ସଫା ହୋଇଯାଇଥିବା ଖବର ମିଳିଛି । ଦିର୍ଘ ୧୦ ବର୍ଷ ଧରି ଏହି କାରବାର ଚାଲିଥିବା ବେଳେ ରାଉରକେଲା ବିଧାୟକ କିମ୍ବା ରଘୁନାଥପାଲ୍ଲୀ ବିଧାୟକ କିମ୍ବା କୌଣସି ଶ୍ରମିକ ସଙ୍ଗଠନ ଏଯାଏ ମୁହଁ ନଖୋଲିବା ସାଧାରଣରେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି। ଏତେ ମୁଲ୍ୟବାନ ଜିନିଷ ସବୁ କାରଖାନାରୁ ଚୋରୀ ହେଉଛି କାରଖାନା କୋଟି କୋଟି ଟଙ୍କାର କ୍ଷତି ସହୁଛି ହେଲେ ଦିନେ ହେଲେ ଏନେଇ କାରଖାନାର ମୁଖ୍ୟ କିମ୍ବା ଅନ୍ୟ କେହି ମୁହଁ ଖୋଲୁନଥିବାରୁ ସେମାନଙ୍କର ଭୁମିକା ମଧ୍ୟ ସଂଦେହ ଘେରରେ ବୋଲି କୁହାଯାଉଛି । ଏହି ସବୁ ଟ୍ରକ ଟାଙ୍ଗରପାଲ୍ଲୀ ଥାନା ଦେଇ ବ୍ରାହ୍ମଣି ତରଙ୍ଗ ଥାନା , ଲାଠିକଟା ଥାନା ଅଁଚଳ ସମେତ କୁଆଁରମୁଣ୍ଡା ଥାନା ଅଁଚଳକୁ ଜିବା ପରେ ବି ଥାନା ବାଲା ମଧ୍ୟ ଜାଣିନପାରିବା ମହାଗୋଲକ କାରେବାର ବୋଲି କୁହାଯାଉଛି । ରାଜ୍ୟରେ ଥିବା ସିବିଆଇ, କେନ୍ଦ୍ର ସରକାର ଏଦିଗରେ ତୁରନ୍ତ ଦୃଷ୍ଟି ଦେଇ କାରଖାନାରୁ ହେଉଥିବା ଲୁଟ ର ମୁଖ୍ୟନାୟକ ମାନଙ୍କୁ ଧରିବା ସହ ଏଥିରେ ସାମିଲ ଥିବା ତଳୁ ଉପରଯାଏ ସମସ୍ତ ଙ୍କୁ କାଠଗଡାକୁ ନେବାକୁ ଦାବି ହେଉଛି ।

ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ


 rajesh pande