ଗ୍ରାମୀଣ ଭିତିଭୂମି ବିକାଶ ପାଣ୍ଠି ଉଚ୍ଚସ୍ତରୀୟ କମିଟିର ତୃତୀୟ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର,୧୨ ମାର୍ଚ୍ଚ (ହିସ) - ଗ୍ରାମୀଣ ଭିତିଭୂମି ବିକାଶ ପାଣ୍ଠି ( ଆରଆଇଡିଏଫ୍ ) ଅଧୀନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ ଙ୍କ ଅଧ୍ୟକ୍ଷତାରେ ଆରଆଇଡିଏଫ୍ ଉଚ୍ଚସ୍ତରୀୟ କମିଟିର ତ
gdf


ଭୁବନେଶ୍ୱର,୧୨ ମାର୍ଚ୍ଚ (ହିସ) - ଗ୍ରାମୀଣ ଭିତିଭୂମି ବିକାଶ ପାଣ୍ଠି ( ଆରଆଇଡିଏଫ୍ ) ଅଧୀନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ ଙ୍କ ଅଧ୍ୟକ୍ଷତାରେ ଆରଆଇଡିଏଫ୍ ଉଚ୍ଚସ୍ତରୀୟ କମିଟିର ତୃତୀୟ ବୈଠକ ଗୁରୁବାର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।“ ବିଭିନ୍ନବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଆରଆଇଡିଏଫ୍ ପ୍ରକଳ୍ପ ଗୁଡ଼ିକରସଫଳତା ସମୀକ୍ଷା କରି ଉନ୍ନୟନ କମିଶନର , ସଂପୃକ୍ତ ବିଭାଗୀୟ ସଚିବମାନଙ୍କ ଠାରୁ ମତାମତ ଓ ପ୍ରସ୍ତାବ ଆହ୍ୱାନ କରିବା ସହିତ ନିର୍ମାଣାଧୀନ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ବୈଠକରେ ଗ୍ରାମୀଣ ଭିତିଭୂମି ବିକାଶ ପାଣ୍ଠି ଉପଯୋଗରେ ଓଡ଼ିଶା ରାଜ୍ୟର ଉଲ୍ଲେଖନୀୟ ପ୍ରଦର୍ଶନକୁ ବିଚାର କରି, ୨୦୨୫-୨୬ ଆର୍ôଥକ ବର୍ଷରେ ଆରଆଇଡିଏଫ୍ ଅଧୀନରେ ଓଡ଼ିଶାକୁ ଅଧିକ ପ୍ରକଳ୍ପ ମଞ୍ଜୁର କରିବାକୁ ନାବାର୍ଡକୁ ଅନୁରୋଧ କରାଯାଇଛି।ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ବିଭାଗମାନଙ୍କୁ କାର୍ଯ୍ୟ ତ୍ୱରାନ୍ୱିତ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଖର୍ଚ୍ଚ ଭରଣା (ପ୍ରତିପ୍ରଦାନ) ଦାବି ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି। ତତ୍ ସହିତ କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ଅଣୁ ଜଳ ସେଚନ ପାଣ୍ଠି, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗକୁ ମତ୍ସ୍ୟ ଓ ଜଳଚାଷ ଭିତ୍ତିଭୂମି ବିକାଶ ଅଧୀନରେ ନୂଆ ନୂଆ ପ୍ରକଳ୍ପ ପ୍ରସ୍ତାବ ଦେବାକୁ ପରାମର୍ଶ ଦିଆଯାଇଛି । ସେହିପରି ଏମଏସଏମଇ ବିଭାଗକୁ ମଧ୍ୟ ନୂଆ ପ୍ରକଳ୍ପ ପ୍ରସ୍ତାବ ଦେବାକୁ ପରାମର୍ଶ ଦିଆଯାଇଛି । ଖାଦ୍ୟ ପ୍ରକ୍ରିୟାକରଣ ପରିକମ ପାଣ୍ଠି ଆବଶ୍ୟକ ଥିବା ଆର୍ôଥକ ସହାୟତା ପାଇଁ ନୂତନ ପ୍ରକଳ୍ପ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି ।“ ଆରଆଇଡିଏଫ୍ ଅଧୀନରେ ବିଭିନ୍ନ ବିଭାଗ ତରଫରୁ କାର୍ଯ୍ୟକାରୀ ସଫଳ ପ୍ରକଳ୍ପ ଗୁଡ଼ିକ ସଂପର୍କରେ ଆଲୋଚନା ହୋଇଥିଲା। ଜଳ ସମ୍ପଦ ବିଭାଗ ଅଧୀନରେ ନୟାଗଡ଼ ଜିଲ୍ଲାର କୁସୁମୀ ଜଳସେଚନ ପ୍ରକଳ୍ପ ଏକ ପ୍ରମୁଖ ସଫଳତା, ଯାହା ଦ୍ୱାରା ୪୯ଟି ଗ୍ରାମର ପ୍ରାୟ ୧.୫ ଲକ୍ଷ ଲୋକ ଉପକୃତ ହେବେ। ଏଥି ସହିତ ବୌଦ୍ଧ ଜିଲ୍ଲାର କପାସିରା ଗୋଷ୍ଠୀ ଭିତ୍ତିକ ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଚାଷୀମାନଙ୍କୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି। ପୂର୍ତ୍ତ ବିଭାଗ ପକ୍ଷରୁ କୋରାପୁଟ ଜିଲ୍ଲାର ସୁଙ୍କି-ଆମ୍ପାଭାଲି-ଏକାଗୋଲୁରୁ ରାସ୍ତାର ଉନ୍ନତିକରଣ କାର୍ଯ୍ୟ ସଫଳତାର ସହ ଶେଷ ହୋଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ମଧ୍ୟ ମାଲକାନଗିରି ଜିଲ୍ଲାରେ ଓରାଙ୍ଗି-ବାୟାପଦା ରାସ୍ତା ନିର୍ମାଣ କରି ଦୁର୍ଗମ ଅଞ୍ଚଳକୁ ଯୋଗାଯୋଗ ସୁବିଧା ପହଞ୍ଚାଇପାରିଛି । ଏଥିସହ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ଉପରେ ଏକ ବୃହତ୍ ସେତୁ ନିର୍ମାଣ କରାଯାଇ ୮୦୦୦ରୁ ଅଧିକ ଲୋକଙ୍କ ଯାତାୟାତ ସମସ୍ୟାର ସମାଧାନ କରାଯାଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ମେଗା ପାନୀୟ ଜଳ ପ୍ରକଳ୍ପ ଜରିଆରେ ହଜାର ହଜାର ପରିବାରକୁ ପାଇପ ଜଳ ଯୋଗାଣ ସୁବିଧା କରାଯାଇଛି। ସେହିପରି କୃଷି ବିଭାଗ ତରଫରୁ ଗଜପତି ଓ ରାୟଗଡ଼ ଜିଲ୍ଲାରେ ସୌର ଶକ୍ତି ଚାଳିତ ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଆଦିବାସୀ ଚାଷୀମାନଙ୍କ ଆର୍ôଥକ ଉନ୍ନତି ପାଇଁ ପଦକ୍ଷେପ ନିଆଯାଇଛି ।

ଉନ୍ନୟନ କମିଶନର ସଂପୃକ୍ତ ସମସ୍ତ ବିଭାଗୀୟ ସଚିବମାନଙ୍କୁ ପ୍ରତି ମାସରେ ଗ୍ରାମୀଣ ଭିତିଭୂମି ବିକାଶ କାର୍ଯ୍ୟ ସମୀକ୍ଷା ବୈଠକ କରିବାଏବଂ ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ କାର୍ଯ୍ୟକ୍ଷମ ପ୍ରକଳ୍ପର ଚୂଡ଼ାନ୍ତ ରିପୋର୍ଟ ମଧ୍ୟ ତୁରନ୍ତ ପୋର୍ଟାଲରେ ଅପଲୋଡ୍ କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।

ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର, ପୂର୍ତ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ, ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, କୃଷି ଓ କୃଷକ ସଶକ୍ତିକରଣ ବିଭାଗ କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦବ, ଗ୍ରାମ୍ୟ ଉନ୍ନୟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଯାମିନୀ ଷଡ଼ଙ୍ଗୀ, ଏମ୍ଏସ୍ଏମ୍ଇ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ରଶ୍ମିତା ପଣ୍ଡା, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ କମିଶନର ତଥା ଶାସନ ସଚିବ ପ୍ରେମଚନ୍ଦ୍ର ଚୌଧରୀ, ନାବାର୍ଡର ମୁଖ୍ୟ ସାଧାରଣ ପ୍ରବନ୍ଧକ (ସିଜିଏମ) ବିନୋଦ ଆର୍ଯ୍ୟାଙ୍କ ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande