ରାଜ୍ୟ ସ୍ତରୀୟ ବାସ୍କେଟବଲ ପ୍ରତିଯୋଗିତା ନିମନ୍ତେ ସାମ୍ବାଦିକ ସମ୍ମିଳନୀ
ଧର୍ମଶାଳା,୧୨ମାର୍ଚ୍ଚ(ହି.ସ.) - ଯାଜପୁର ଜିଲା ପ୍ରଶାସନ କ୍ରୀଡା ବିଭାଗ ପକ୍ଷରୁ ରାଜ୍ୟ ସ୍ତରୀୟ ଜୁନିଅର ବାଳକ ଓ ବାଳିକା ବାସ୍କେଟବଲ ପ୍ରତିଯୋଗିତା ୨୦୨୬ ଆୟୋଜନ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଇଣ୍ଡୋର ଷ୍ଟାଡିୟମ ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ ଯୁଧିଷ୍ଠିର ନାୟକ ଯୋଗ
ରାଜ୍ୟ ସ୍ତରୀୟ ବାସ୍କେଟବଲ ପ୍ରତିଯୋଗିତା ନିମନ୍ତେ ସାମ୍ବାଦିକ ସମ୍ମିଳନୀ


ଧର୍ମଶାଳା,୧୨ମାର୍ଚ୍ଚ(ହି.ସ.) - ଯାଜପୁର ଜିଲା ପ୍ରଶାସନ କ୍ରୀଡା ବିଭାଗ ପକ୍ଷରୁ ରାଜ୍ୟ ସ୍ତରୀୟ ଜୁନିଅର ବାଳକ ଓ ବାଳିକା ବାସ୍କେଟବଲ ପ୍ରତିଯୋଗିତା ୨୦୨୬ ଆୟୋଜନ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଇଣ୍ଡୋର ଷ୍ଟାଡିୟମ ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ ଯୁଧିଷ୍ଠିର ନାୟକ ଯୋଗ ଦେଇ ବାସ୍କେଟବଲ ପ୍ରତିଯୋଗିତାର ସମ୍ବଦ୍ଧୀୟ ସୂଚନା ଦେଇଥିଲେ । ମାର୍ଚ୍ଚ ମାସ ୧୩ ତାରିଖଠାରୁ୧୫ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୬ଟି ପୁରୁଷ ଓ ୪ଟି ମହିଳା ଦଳ ଅଂଶ ଗ୍ରହଣ କରିବେ । ୧୩ ତାରିଖ ସନ୍ଧ୍ୟାରେ ଉଦଘାଟନୀ ଫାଇନାଲ ମ୍ୟାଚ ଖେଳାଯିବ । ବ୍ରହ୍ମପୁର,ପୁରୀ,କଟକ,ଭୁବନେଶ୍ୱର ଓ ଭଦ୍ରକର ଟିମ ଯୋଗ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଇଣ୍ଡୋର ଷ୍ଟାଡିୟମରେ ଖେଳାଳିମାନେ ରହିବାର ବ୍ୟବସ୍ଥା କରାଯାଇଛି । ମୋଟ ୧୨୦ ଜଣ ଖେଳାଳି ଏଥିରେ ଭାଗ ନେବେ । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲା କ୍ରୀଡା ଅଧିକାରୀ ଫକିର ମୋହନ ଟୁଡୁ,ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ ଓ ଉପଖଣ୍ଡ ଲୋକ ସମ୍ପର୍କ ଅଧିକାରୀ ସତ୍ୟବ୍ରତ ପାଣିଗ୍ରାହୀ ଉପସ୍ଥିତ ରହି ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande