ନବୀନ ସବୁ ନିର୍ବାଚନ ବେଳେ ସିରିଅସ୍ ଥାଆନ୍ତି - ଅରୁଣ ସାହୁ
ଭୁବନେଶ୍ୱର, ୧୩ ମାର୍ଚ୍ଚ (ହି.ସ)- ନବୀନ ପଟ୍ଟନାୟକଙ୍କୁ କ୍ରସ ଭୋଟିଂ ଭୟ କି ପ୍ରଶ୍ନରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡ଼ି ବିଧାୟକ ଅରୁଣ ସାହୁ । ସେ କହିଛନ୍ତି, ନବୀନ ସବୁ କାମରେ ସିରିଅସ୍ ଥାଆନ୍ତି । ସବୁ ନିର୍ବାଚନ ବେଳେ ବି ସିରିଅସ୍ ଥାଆନ୍ତି । ଜଣେ ଯଦି ନିଜ ଦଳ ପ୍ରତି ଦାୟିତ୍ୱ ସମ୍ପନ୍ନ ଅଛନ୍ତ
Arun Sahu


ଭୁବନେଶ୍ୱର, ୧୩ ମାର୍ଚ୍ଚ (ହି.ସ)- ନବୀନ ପଟ୍ଟନାୟକଙ୍କୁ କ୍ରସ ଭୋଟିଂ ଭୟ କି ପ୍ରଶ୍ନରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡ଼ି ବିଧାୟକ ଅରୁଣ ସାହୁ । ସେ କହିଛନ୍ତି, ନବୀନ ସବୁ କାମରେ ସିରିଅସ୍ ଥାଆନ୍ତି । ସବୁ ନିର୍ବାଚନ ବେଳେ ବି ସିରିଅସ୍ ଥାଆନ୍ତି । ଜଣେ ଯଦି ନିଜ ଦଳ ପ୍ରତି ଦାୟିତ୍ୱ ସମ୍ପନ୍ନ ଅଛନ୍ତି, ତାକୁ ଭୟ କହିବାର କିଛି ମାନେ ନାହିଁ ।

ଚାରିଟି ସିଟ୍ ପାଇଁ ପାଂଚ ଜଣ ପ୍ରାର୍ଥୀ ଅଛନ୍ତି। ଗୋଟିଏ ଭୋଟ ଯେମିତି ଭୁଲ ନହେବ ସେଥିପାଇଁ ଟ୍ରେନିଂ ନେବା ପାଇଁ ପଡିବ । ଗୋଟିଏ ଗୋଟିଏ ଭୋଟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ଟ୍ରେନିଂ ହେଉଛି । ସବୁ ଦଳ ଟ୍ରେନିଂ ଦେଉଛନ୍ତି ବୋଲି କହିଛନ୍ତି ଅରୁଣ ସାହୁ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande