ଆନନ୍ଦପୁର ପୌରାଂଚଳର ଶ୍ରେଷ୍ଟ ଭାଗବତ ଟୁଙ୍ଗିରେ ଆତ୍ମଜାଗୃତି ସତସଙ୍ଗ
କେନ୍ଦୁଝର,୧୩ ମାର୍ଚ୍ଚ(ହି.ସ.) – କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ବାର୍ଷିକୋତ୍ସବ ଆନୁକୁଲ୍ୟରେ ଅନୁଷ୍ଠିତ ଜିଲ୍ଲା ଭାଗବତ ଭକ୍ତ ସମ୍ମିଳନୀରେ ଆନନ୍ଦପୁର ପୌରାଂଚଳର ଶ୍ରେଷ୍ଟ ଭାଗବତ ଟୁଙ୍ଗି ରୂପେ ସମ୍ମାନୀତ ଆନନ୍ଦପୁର ଦଧିବାମନ ଜୀଉ ଗୁଣ୍ଡିଚା ମନ୍ଦିର ଭାଗବତ ଟୁଙ୍ଗିରେ ସଭାନେତ୍ରୀ
Atmajagruti satsanga


କେନ୍ଦୁଝର,୧୩ ମାର୍ଚ୍ଚ(ହି.ସ.) – କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ବାର୍ଷିକୋତ୍ସବ ଆନୁକୁଲ୍ୟରେ ଅନୁଷ୍ଠିତ ଜିଲ୍ଲା ଭାଗବତ ଭକ୍ତ ସମ୍ମିଳନୀରେ ଆନନ୍ଦପୁର ପୌରାଂଚଳର ଶ୍ରେଷ୍ଟ ଭାଗବତ ଟୁଙ୍ଗି ରୂପେ ସମ୍ମାନୀତ ଆନନ୍ଦପୁର ଦଧିବାମନ ଜୀଉ ଗୁଣ୍ଡିଚା ମନ୍ଦିର ଭାଗବତ ଟୁଙ୍ଗିରେ ସଭାନେତ୍ରୀ କୁମୁଦିନୀ ରଣାଙ୍କ ଅଧ୍ୟକ୍ଷତାରେ ଆତ୍ମ ଜାଗୃତି ସତସଙ୍ଗ ଅନୁଷ୍ଠିତ ହୋଇଥିଲା। ସର୍ବପ୍ରଥମେ ପୁରାଣ ପଣ୍ଡା ମଦନ ମୋହନ ମିଶ୍ର ଭାଗବତ ଗାଦି ପୂଜାର୍ଚ୍ଚନା କରି ସପ୍ତମ ସ୍କନ୍ଧ ପଂଚଦଶ ଅଧ୍ୟାୟ ପାରାୟଣ କଲେ। କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ଆଚାର୍ଯ୍ୟ ଦାଶରଥି ପ୍ରଧାନ ଶ୍ରେଷ୍ଟ ବିବେଚିତ ଭାଗବତ ଟୁଙ୍ଗିର ଭକ୍ତ ମାନଙ୍କୁ ସାଧୁବାଦ ଜଣାଇବା ସହିତ ପଠିତ ଅଧ୍ୟାୟ ପ୍ରସଙ୍ଗ ଅନୁଯାୟୀ ଗୃହସ୍ଥଙ୍କ ନିମନ୍ତେ ମୋକ୍ଷ ଧର୍ମର ଆବଶ୍ୟକତା ଅର୍ଥାତ ଜୀବନକାଳ ମଧ୍ୟରେ ଆତ୍ମସାକ୍ଷାତକାର ଲାଭ କରି ମୋକ୍ଷ ପ୍ରାପ୍ତି ନିମନ୍ତେ ଆତ୍ମ କଲ୍ୟାଣ ମାର୍ଗରେ ଅଗ୍ରସର ହେବା ନିମନ୍ତେ ଉଦ୍ ବୋଧନ ଦେଲେ।ଏଥିରେ ବିଶିଷ୍ଠ କବି ନିରଞ୍ଜନ ବାରିକ, କେନ୍ଦୁଝର ଗଡ ପୌରାଂଚଳର ଶ୍ରେଷ୍ଟ ଭାଗବତ ଟୁଙ୍ଗି ରୂପେ ସମ୍ମାନୀତ ସାତସିଙ୍ଗା ଭାଗବତ ଟୁଙ୍ଗି ସମ୍ପାଦକ ଅକ୍ଷୟ କୁମାର ଦାସ, ନେଲୁଙ୍ଗ ଭାଗବତ ଟୁଙ୍ଗିର ସଭାପତି ପ୍ରସନ୍ନ କୁମାର ଦାସ, ବାଲିବନ୍ଧ ରାଧାକୃଷ୍ଣ ଭାଗବତ ଟୁଙ୍ଗି ଉପଦେଷ୍ଟା ପ୍ରଫୁଲ୍ଲ କୁମାର ପ୍ରଧାନ ଯୋଗଦାନ କରି ଜନସମାଜକୁ ଉଦ୍ବୋଧନ ଦେଇଥିଲେ। ଏହି ସତ୍ସଙ୍ଗରେ ଟୁଙ୍ଗିର ଭକ୍ତ ଅନୁସୟା ରଣା, ମିନତି ସିଂ, ସୁଲୋଚନା ରଣା, ତପସ୍ୱିନୀ ରଣା ଓ ରେଣୁବାଳା ରଣା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ପରିଶେଷରେ ଟୁଙ୍ଗି ସମ୍ପାଦକ ମେନକା ରଣା ଧନ୍ୟବାଦ ଅର୍ପଣ କଲେ।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande